ମୌସୁମୀ ଅଧିବେଶନରେ ପ୍ରଶ୍ନୋତ୍ତର ବଦଳରେ ମିଳିବ ଲିଖିତ ଉତ୍ତର

ନୂଆଦିଲ୍ଲୀ: ଆସନ୍ତା ୧୪ ତାରିଖରୁ ଅକ୍ଟୋବର ୧ ଯାଏ ସଂସଦର ମୌସୁମୀ ଅଧିବେଶନ ଅନୁଷ୍ଠିତ ହେବ। ତେବେ ମହାମାରୀ କୋଭିଡ୍‌କୁ ଦୃଷ୍ଟିରେ ରଖି ଉକ୍ତ ଅଧିବେଶନରେ ଉଭୟ ଗୃହରେ ପ୍ରଶ୍ନକାଳ ରହିବନି ବୋଲି ବୁଧବାର ନୋଟିସ ପ୍ରକାଶ ପାଇଥିଲା |

ଏହି ପ୍ରସଙ୍ଗରେ ବିରୋଧୀ ବହୁ ଆପତ୍ତି ଜଣାଇବା ପରେ ଏବେ ସରକାର କିଛି ପରିବର୍ତ୍ତନ କରିଛନ୍ତି। ବର୍ତ୍ତମାନ ସଂସଦର ମୌସୁମୀ ଅଧିବେଶନ ସମୟରେ ସାଂସଦମାନେ ଲିଖିତ ଆକାରରେ ପ୍ରଶ୍ନ ପଚାରିପାରିବେ, ଯାହାର ଉତ୍ତର କେବଳ ଲିଖିତ ଆକାରରେ ମିଳିବ | ଗୁରୁବାର ସଂସଦ ଅଧିବେଶନ ସହ ଜଡିତ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଯେଉଁଥିରେ କୁହାଯାଇଛି ଯେ ସାଂସଦମାନଙ୍କ ପାଇଁ କୌଣସି ପ୍ରଶ୍ନକାଳ ରହିବ ନାହିଁ। ତେବେ ସମସ୍ତ ସଦସ୍ୟ ସେମାନଙ୍କର ପ୍ରଶ୍ନ ଦେଇପାରିବେ, ଯାହାର ଲିଖିତ ଉତ୍ତର ଦିଆଯିବ |

ସୂଚନା ଥାଉ କି ପ୍ରଶ୍ନକାଳ ବାଦ ଦିଆଯିବାକୁ ନେଇ ରାଜ୍ୟସଭାର ତୃଣମୂଳ କଂଗ୍ରେସ ନେତା ସାଂସଦ ଡେରେକ ଓ ବ୍ରିଏନ୍‌, ସରକାରଙ୍କୁ ବିରୋଧୀ ଦଳ ପ୍ରଶ୍ନ କରିବାର ଅଧିକାର ହରାଇବେ, ବୋଲି କହିଥିଲେ । ଏପରି ଗଣତନ୍ତ୍ରର ହତ୍ୟା ପାଇଁ ମହାମାରୀ ବାହାନା କେବଳ ବୋଲି ସେ ଟ୍ବିଟ୍‌ କରି କହିଥିଲେ । ସେହିପରି ଡିଏମ୍‌କେ ନେତ୍ରୀ କାନିମୋଝି ମଧ୍ୟ ଅନୁରୂପ ଭାବେ ସରକାରଙ୍କୁ ଘେରିଥିଲେ । ନିର୍ବାଚିତ ଲୋକ ପ୍ରତିନିଧିମାନଙ୍କର ସରକାରଙ୍କୁ ପ୍ରଶ୍ନ ପଚାରିବାର ଅଧିକାର ନାହିଁ ବୋଲି ସେ ଆକ୍ଷେପ କରିଥିଲେ।

ସମ୍ବନ୍ଧିତ ଖବର