ନିଜାମୁଦ୍ଦିନ ଧାର୍ମିକ ସମାବେଶରେ ଯୋଗ ଦେଇଥିବା ତେଲେଙ୍ଗାନାର ୬ ବ୍ୟକ୍ତି ମୃତ, କରୋନା ସଂକ୍ରମିତ ହୋଇଥିବା ସ୍ପଷ୍ଟ କଲେ ତେଲେଙ୍ଗାନା ସରକାର

ନୂଆଦିଲ୍ଲୀ : ଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳରେ ହୋଇଥିବା ଧାର୍ମିକ ସମାବେଶ ଫଳରେ ଶହ ଶହ ଲୋକଙ୍କୁ କରୋନା ସଂକ୍ରମଣ ହେବା ଆଶଙ୍କା ଦୃଢୀଭୂତ ହୋଇଛି । ଏଥିରେ ଯୋଗ ଦେଇଥିବା ତେଲେଙ୍ଗାନାର ୬ ଜଣ ବ୍ୟକ୍ତିଙ୍କର କରୋନା ସଂକ୍ରମଣ ଯୋଗୁଁ ଗତ କାଲି ମୃତ୍ୟୁହେବା ପରେ ଅନ୍ୟମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ଏକାନ୍ତବାସରେ ରଖାଯାଉଛି ।

ନିଜାମୁଦ୍ଦିନ ଅଞ୍ଚଳର ଏକ ମସଜିଦରେ ହୋଇଥିବା ଏହି ସମାବେଶ ପ୍ରାୟ ୨ ହଜାରରୁ ଅଧିକ ଲୋକ ଯୋଗ ଦେଇଥିଲେ ଓ ସେମାନଙ୍କ ମଧ୍ୟରୁ ପ୍ରାୟ ୩ ଶହ ଲୋକଙ୍କ ଶରୀରରେ ଏବେ କରୋନା ସଂକ୍ରମଣର ଲକ୍ଷଣ ଦେଖାଦେଇଛି । ଏହି ସମାବେଶରେ ଇଣ୍ଡୋନେସିଆ, ମାଲେସିଆ ଆଦି ଦେଶରୁ ମଧ୍ୟ ଲୋକ ଯୋଗ ଦେଇଥିଲେ । ତାବଲିଘି ଜମାତ ପକ୍ଷରୁ ଅନୁଷ୍ଠିତ ଏହି ସମାବେଶ ମାର୍ଚ୍ଚ ୧ରୁ ୧୫ ପର୍ଯ୍ୟନ୍ତ ହୋଇଥିଲା । ତେବେ ଏହି ସମାବେଶ ପାଇଁ ପୁଲିସର ଅନୁମତି ନିଆଯାଇନଥିଲା ।

ଫଳରେ ପୁଲିସ ପକ୍ଷରୁ ଉକ୍ତ ଅଞ୍ଚଳକୁ ସିଲ କରାଯିବା ସହ ଲୋକମାନଙ୍କ ଉପରେ କଡ଼ା ନଜର ରଖାଯାଇଛି । ଏହା ସହିତ ଉକ୍ତ ସମାରୋହରେ ଯୋଗ ଦେଇଥିବା ବ୍ୟକ୍ତିମାନଙ୍କୁ ବିଭିନ୍ନ ହସପିଟାଲରେ ଆଇସୋଲେସନରେ ରଖାଯାଇଛି । ଏହି ଅଞ୍ଚଳ ଉପରେ ଡ୍ରୋନ ମାଧ୍ୟମରେ ନଜର ରଖାଯାଉଛି ।

ସମ୍ବନ୍ଧିତ ଖବର