କୁତବ ମିନାର ନୁହେଁ, ସୂର୍ଯ୍ୟ ସ୍ତମ୍ଭ ! ସୂର୍ଯ୍ୟ ଦର୍ଶନ ପାଇଁ ନିର୍ମାଣ ହୋଇଥିଲା କୁତବ୍ ମିନାର; ପୂର୍ବତନ ଏଏସଆଇ ଅଧିକାରୀଙ୍କ ଦାବି

ନୂଆଦିଲ୍ଲୀ: ଦେଶରେ ଥିବା ବିଭିନ୍ନ ମୁସଲିମ ସ୍ମାରକୀକୁ ନେଇ ଏବେ ବିବାଦ ଦେଖାଦେଇଥିବା ବେଳେ କୁତବ ମିନାରକୁ ନେଇ ବଡ଼ ଦାବି କରିଛନ୍ତି ପୂର୍ବତନ ଏଏସଆଇ ଅଧିକାରୀ। ଆର୍କୋଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ(ଏଏସଆଇ) ର ପୂର୍ବତନ ଆଞ୍ଚଳିକ ନିର୍ଦ୍ଦେଶକ ଧରମବୀର ଶର୍ମା କହିଛନ୍ତି ଯେ କୁତବ ମିନାର ହେଉଛି ଏକ ସୂର୍ଯ୍ୟ ସ୍ତମ୍ଭ । ସୂର୍ଯ୍ୟଙ୍କ ଦର୍ଶନ ପାଇଁ ଏହାକୁ ନିର୍ମାଣ କରାଯାଇଥିଲା। ଏହାକୁ କୁତବ-ଉଦ୍ଦ୍-ଦିନ୍- ଆଇବାକ୍ ନୁହନ୍ତି ରାଜା ବିକ୍ରମାଦିତ୍ୟ ନିର୍ମାଣ କରିଥିଲେ।

ସେ କହିଛନ୍ତି, ଏହା କୁତବ ମିନାର ନୁହେଁ ବରଂ ଏକ ସୂର୍ଯ୍ୟ ମିନାର । ଏହା ପଞ୍ଚମ ଶତାବ୍ଦୀରେ ରାଜା ବିକ୍ରମଦିତ୍ୟଙ୍କ ଦ୍ୱାରା ନିର୍ମିତ ହୋଇଥିଲା। କୁତବ-ଉଦ୍ଦ୍-ଦିନ୍- ଆଇବାକ୍ ଏହାକୁ ନିର୍ମାଣ କରି  ନଥିଲେ। ମୋ ପାଖରେ ଏ ସଂକ୍ରାନ୍ତରେ ମୋ ପାଖରେ ଅନେକ ପ୍ରମାଣ ଅଛି। କୁତବ ମିନାର ଟାୱାରଟି ୨୫ ଇଞ୍ଚ ଢ଼ଳି ରହିଛି। କାରଣ ସୂର୍ଯ୍ୟଙ୍କୁ ଦେଖିବା ପାଇଁ ଏହାକୁ ତିଆରି କରାଯାଇଥିଲା। ତେଣୁ, ଜୁନ୍ ୨୧ରେ ସଲଷ୍ଟାଇସ୍ ସ୍ଥାନାନ୍ତର ମଧ୍ୟରେ କୁତବ ମିନାରର ଛାୟା ସେହି ଅଞ୍ଚଳରେ ଅତି କମରେ ଅଧ ଘଣ୍ଟା ପର୍ଯ୍ୟନ୍ତ ପଡେ ନାହିଁ। ଏହା ହେଉଛି ବିଜ୍ଞାନ ଏବଂ ପ୍ରତ୍ନତାତ୍ତ୍ୱିକ ତଥ୍ୟ। ଏପରିକି କୁତବ ମିନାରର ଦ୍ୱାର ମଧ୍ୟ ଉତ୍ତର ଆଡକୁ ମୁହାଁଇଛି। ରାତିରେ ଆକାଶରେ ଧ୍ରୁବ ତାରାକୁ ଦେଖିବା ପାଇଁ ଏଭଳି କରାଯାଇଛି।

ସାଧାରଣ ଭାବେ ଏହା ଲୋକମୁଖରେ ପ୍ରଚଳିତ କି କୁତବ ମିନାରଟି ଏହାର ନିର୍ମାତା କୁତବ୍-ଉଦ୍ଦ୍-ଦିନ୍-ଆଇବ‌ାକଙ୍କ ନାମାନୁସାରେ ନାମିତ। କିନ୍ଚ ବାସ୍ତବରେ ଏହା ତ୍ରୟୋଦଶ ଶତାବ୍ଦୀର ସୁଫି ସନ୍ଥ ଖ୍ବାଜା କୁତବୁଦ୍ଦିନ୍ ବଖତିଆର୍ କାକିଙ୍କ ନାମାନୁସାରେ ନାମିତ ବୋଲି ଇତିହାସ କହେ। 

ତେବେ ଗତ କିଛି ଦିନ ହେଲା ବିଭିନ୍ନ ମୁସଲିମ ସ୍ମାରକୀର ଯାଞ୍ଚ ନେଇ ଦାବି ଜୋର ଧରିଛି। ଜ୍ଞାନବାପି ମସଜିଦରୁ ଶିବଲିଙ୍ଗ ମିଳିବା ପରେ ଏବେ ଅନ୍ୟ ମସଜିଦ ଏବଂ ମୁସଲିମ ସ୍ମାରକୀର ଯାଞ୍ଚ ପାଇଁ ଦାବି ଜୋର ଧରିଛି।

ସମ୍ବନ୍ଧିତ ଖବର