ନୂଆଦିଲ୍ଲୀ: ବୁଧବାର (ଡିସେମ୍ବର ୧୮, ୨୦୨୪) କ୍ରିକେଟର୍ ସମସ୍ତ ଫର୍ମାଟରୁ ଅବସର ନେଇଥିବା ଘୋଷଣା କରିଛନ୍ତି ଅଫ୍ ସ୍ପିନର ଆର ଅଶ୍ୱିନ। ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ଡ୍ର ହେବା ପରେ ଅଶ୍ବିନଙ୍କ ଏହି ଘୋଷଣା ସାମ୍ନାକୁ ଆସିଛି।
ତେବେ ଏନେଇ ଭାରତୀୟ କ୍ରିକେଟ୍ ଟିମ୍ର ଅଧିନାୟକ ରୋହିତ ଶର୍ମା ନିଶ୍ଚିତ କରିଛନ୍ତି ଯେ ଆର ଅଶ୍ୱିନ ସିରିଜର ଅବଶିଷ୍ଟ ସମୟ ପାଇଁ ଦଳ ସହ ରହିବେ ନାହିଁ। ସେ ଆସନ୍ତାକାଲି (ଡିସେମ୍ବର ୧୯)ରେ ଭାରତ ଫେରିବେ।
ଅବସର ଘୋଷଣା କରି ଅଶ୍ବିନ କହିଛନ୍ତି, ‘‘ଆନ୍ତର୍ଜାତୀୟ ସ୍ତରରେ ସମସ୍ତ ଫର୍ମାଟର ଖେଳରେ ଏହା ମୋର ଶେଷ ଦିନ ହେବ। ମୁଁ ଅନୁଭବ କରୁଛି ଯାହା ବି ଟିକେ ମୋ ଭିତରେ ବାକି ରହିଯାଇଛି ମୁଁ ତାହାକୁ କ୍ଲବ୍ ସ୍ତରୀୟ କ୍ରିକେଟ୍ରେ ପୂରା କରିବି। ଏହା ମୋର ଶେଷ ଦିନ। ମୁଁ ବହୁତ ମଜାର ଦିନଗୁଡ଼ିକ କାଟିଛି। ରୋହିିତ ଓ ଅନ୍ୟ ଟିମ୍ମେଟ୍ସଙ୍କ ସହ ମୋର ଅନେକ ସ୍ମୃତି ରହିଛି।’’
ସେ ଆହୁରି ବି କହିଛନ୍ତି ଯେ ‘‘ମୋତେ ବହୁତ ଲୋକଙ୍କୁ ଧନ୍ୟବାଦ ଦେବାର ଅଛି। କିନ୍ତୁ, ଯଦି ମୁଁ ବିସିସିଆଇ ଏବଂ ଅନ୍ୟ ସାଥୀ ଖେଳାଳିଙ୍କୁ ଧନ୍ୟବାଦ ନ ଦେବି ତେବେ ମୁଁ ମୋର କର୍ତ୍ତବ୍ୟ କରିବାରେ ବିଫଳ ହେବି। ସେମାନଙ୍କ ମଧ୍ୟରୁ ମୁଁ ରୋହିତ, ବିରାଟ, ଅଜିଙ୍କ୍ୟ ଏବଂ ପୂଜାରାଙ୍କ ନାମ ନେବାକୁ ଚାହିଁବି।’’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2024/12/18/Bkn2JBXjrBGt5v5I5QIy.jpg)
