ମୁମ୍ବାଇ: ଭାରତୀୟ କ୍ରିକେଟ୍ ଟିମ୍ର ଷ୍ଟାର୍ ସ୍ପିନର୍ ରବିଚନ୍ଦ୍ରନ ଅଶ୍ବିନୀ ଅାଇପିଏଲ୍ରେ ରାଜସ୍ଥାନ ରୟାଲ୍ ପକ୍ଷରୁ ଖେଳୁଛନ୍ତି। ଅଶ୍ବିନୀଙ୍କୁ ଚିୟର୍ କରିବା ପାଇଁ ତାଙ୍କ ପତ୍ନୀ ପ୍ରୀତି ନାରାୟଣଙ୍କ ପ୍ରାୟ ସବୁ ମ୍ୟାଚ୍ରେ ଗ୍ୟାଲେରିରେ ନଜର ଆସନ୍ତି। ନିକଟରେ ପ୍ରୀତି ଜିଓ ସିନେମାର ଏକ ସୋ’ରେ ସ୍ବାମୀ ଅଶ୍ବିନୀଙ୍କ ସହ ନିଜର ପ୍ରେମ କାହାଣୀକୁ ବ୍ୟାଖ୍ୟା କରିଛନ୍ତି।
ସେ ଓ ଅଶ୍ବିନୀ ଗୋଟାଏ ହିଁ ସ୍କୁଲ୍ରେ ପଢୁଥିବା ବେଳେ ଅଶ୍ବିନୀ ତାଙ୍କୁ ସ୍କୁଲ୍ ସମୟରୁ ଭଲପାଉଥିବା କଥା ସେ କହିଛନ୍ତି। ତାଙ୍କ କହିବା କଥା ହେଉଛି ସପ୍ତମ ଶ୍ରେଣୀରୁ ହିଁ ଅଶ୍ବିନୀ ତାଙ୍କ ପାଇଁ ପାଗଳ ଥିଲେ।
ଅଶ୍ବିନୀ ତାଙ୍କୁ ପ୍ରେମ କରୁଥିଲେ ବୋଲି ଏକଥା ପୂରା ସ୍କୁଲ୍ ଜାଣିଥିଲା। କ୍ରିକେଟ୍ରେ ଆଗକୁ ଯିବା ପାଇଁ ଅଶ୍ବିନୀ ସ୍କୁଲ୍ ଛାଡ଼ି ଚାଲିଗଲେ। ହେଲେ ତାପରେ ବି ସେ ଦୁହେଁ ଯୋଗାଯୋଗରେ ଥିଲେ।
ଯାହା ସ୍କୁଲ୍ ସମୟରେ ହୋଇପାରିନଥିଲା ତାହା ବଡ଼ ହେବା ପରେ ହେଲା। ପ୍ରାୟ ୧୦ ବର୍ଷ ଯୋଗାଯୋଗରେ ରହିବା ପରେ ଅଶ୍ବିନୀ ପ୍ରୀତିଙ୍କୁ ଡେଟ୍ କରିବାକୁ ପଚାରିଲେ। ପ୍ରୀତି ବି ହଁ ଭରିଲେ। ତା’ପରେ ଯାଇ ସେ ଦୁହିଁଙ୍କ ପ୍ରେମ ଗାଡ଼ି ଆଗକୁ ଗଡ଼ିଲା।
ଉଲ୍ଳେଖଯୋଗ୍ୟ, ଅଶ୍ବିନୀ ଓ ପ୍ରୀତି ୨୦୧୧ ମସିହାରେ ପରସ୍ପରଙ୍କୁ ବିବାହ କରିଥିଲେ। ସେମାନଙ୍କର ୨ ଝିଅ ଅଛନ୍ତି। ପ୍ରୀତି ସୋସିଆଲ୍ ମିଡିଆରେ ଖୁବ୍ ସକ୍ରିୟ ରହନ୍ତି। ତେବେ ନିକଟରେ ସେ ପ୍ରଶଂସକମାନଙ୍କ ସହ ନିଜ ପ୍ରେମ କାହାଣୀକୁ ବାଣ୍ଟିଛନ୍ତି।