ନୂଆଦିଲ୍ଲୀ : ଦେଶରେ କୋଭିଡ୍‌ ସଂକ୍ରମଣ ମାମଲା ଲଗାତାର ଭାବେ ବଢ଼ୁଛି। ଗତ ୨୪ ଘଣ୍ଟାରେ ଦେଶରେ ୫୮,୦୯୭ ମାମଲା ଚିହ୍ନଟ ହୋଇଛି। ଡିସେମ୍ବର ୩୦ ତାରିଖରେ ଦେଶରେ ଟେଷ୍ଟ୍‌ ପଜିଟିଭ୍‌ ହାର ୧.୧ ପ୍ରତିଶତ ଥିଲା। କିନ୍ତୁ ଜାନୁଆରି ୫ରେ ଏହା ୫ ପ୍ରତିଶତ ରହିଛି। ସଂକ୍ରମଣ ବଢ଼ୁଛି ବୋଲି ନିତି ଆୟୋଗ ସଦସ୍ୟ ଡାକ୍ତର ଭି ‌କେ ପଲ୍‌ କହିଛନ୍ତି। ଦେଶରେ କୋଭିଡ୍‌ ଆର୍‌ ଭା‌ଲ୍ୟୁ ୨.୬୯ ରହିଛି ବୋଲି ଡାକ୍ତର ପଲ୍‌ କହିଛନ୍ତି। ଦ୍ବିତୀୟ ଲହର ଶୀର୍ଷ ସମୟରେ ଆର୍‌ ଭାଲ୍ୟୁ ୧.୬୯ ଥିଲା। ତେବେ ଦ୍ବିତୀୟ ଲହର ସଂକ୍ରମଣ ଶୀର୍ଷରେ ଥିବା ସମୟର ଆର୍‌ ଭାଲ୍ୟୁ ଠାରୁ ଏବେ ଆର୍‌ ଅଧିକ ରହିଛି।

Advertisment

ଆର୍‌ ଭାଲ୍ୟୁ ୨.୬୯ର ଅର୍ଥ ହେଉଛି ପ୍ରତି ୧୦୦ ସଂକ୍ରମିତ ବ୍ୟକ୍ତି ୨୬୯ ଲୋକଙ୍କୁ ସଂକ୍ରମିତ କରିପାରିବେ। ଡାକ୍ତର ପଲ୍‌ କହିଛନ୍ତି, ଏଭଳି ସଂକ୍ରମଣ ବୃଦ୍ଧି ପୂର୍ବରୁ ଦେଖିବାକୁ ମିଳିନି। ଆଇସିଏମ୍‌ଆର ଡିଜି ଡାକ୍ତର ବଳରାମ ଭାର୍ଗବ କହିଛନ୍ତ, ଯେଉଁ ସହରମାନଙ୍କରେ ଓମିକ୍ରନ୍‌ ସଂକ୍ରମଣ ବଢ଼ୁଛି ସେଠାରେ ସଂକ୍ରମଣ ମାମଲା ବି ବଢ଼ିଛି। ଗତ ୮ ଦିନ ମଧ୍ୟ‌ରେ ଦେଶରେ ଦୈନିକ ସଂକ୍ରମଣ ମାମଲାରେ ୬.୮ ଗୁଣା ବୃଦ୍ଧି ହୋଇଛି। ଦେଶରେ। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଆଜି କହିଛି ଯେ ଦିଲ୍ଲୀ, ମହାରାଷ୍ଟ୍ର ଏବଂ ପଶ୍ଚିମବଙ୍ଗରେ ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ରହିଛି। ଏହାବାଦ କେରଳ, ତାମିଲନାଡ଼ୁ, କର୍ଣ୍ଣାଟକ, ଝାଡ଼ଖଣ୍ଡ ଏବଂ ଗୁଜରାଟରେ ମଧ୍ୟ ସଂକ୍ରମଣ ବଢ଼ୁଛି। ଦେଶରେ ୨୮ରୁ ଅଧିକ ଜିଲ୍ଲାରେ ସାପ୍ତାହିକ ପଜିଟିଭ୍‌ ହାର ୧୦ ପ୍ରତିଶତରୁ ଅଧିକ ରହିଛି।