ଦେଶରେ କ୍ରମାଗତ ଭାବେ ଖସୁଛି ଆର ଭାଲ୍ୟୁ: ଆଇଇଆଇଟି ମାଡ୍ରାସ

ନୂଆଦିଲ୍ଲୀ: କ୍ରମାଗତ ଭାବେ ହ୍ରାସ ପାଉଛି ଦେଶର ଆର ଭାଲ୍ୟୁ । ଜାନୁଆରି ୭ରୁ ୧୩ ମଧ୍ୟରେ ଶେଷ ହୋଇଥିବା ସପ୍ତାହରେ ଦେଶର ଆର ଭାଲ୍ୟୁ ୨.୨କୁ ଖସିଆସିଛି । ଅର୍ଥାତ ଜଣେ କରୋନା ଆକ୍ରାନ୍ତ ୨ରୁ ଅଧିକ ବ୍ୟକ୍ତିଙ୍କୁ ସଂକ୍ରମିତ କରିବାକୁ ସକ୍ଷମ । ଆର ଭାଲ୍ୟୁ କମିବା ଏକ ଭଲ ସୂଚନା । କାରଣ ଦେଶର ଆର ଭାଲ୍ୟୁ ୧ରୁ ତଳକୁ ଖସିଲେ ଶେଷ ହେବ ମହାମାରୀ । ଆଇଆଇଟି ମାଡ୍ରାସର ଆକଳନ ଅନୁସାରେ …

ଦେଶର ‘ଆର’ ଭାଲ୍ୟୁ 

– ଡିସେମ୍ବର ୨୫ରୁ ୩୧ ମଧ୍ୟରେ ଆର ଭାଲ୍ୟୁ ଥିଲା- ୨.୯

– ସେହିପରି ଜାନୁଆରି ୧ରୁ ୪ ମଧ୍ୟରେ ଥିଲା- ୪

– ଜାନୁଆରି ୭ରୁ ୧୩ ମଧ୍ୟରେ ଏହା ଖସି ହୋଇଛି- ୨.୨

ଆଇଆଇଟି ମାଡ୍ରାସର ବିଶେଷଜ୍ଞଙ୍କ ମତରେ ଜଣେ ଆକ୍ରାନ୍ତଙ୍କଠାରେ ଥିବା ଭୂତାଣୁ କେତେ ସଂକ୍ରାମକ, ସେ କେତେଜଣଙ୍କ ସଂଶ୍ପର୍ଷରେ ଆସିଛନ୍ତି ଏବଂ କେତେ ସମୟ ଭିତରେ ଅନ୍ୟମାନଙ୍କୁ ଭୂତାଣୁ ସଂକ୍ରମିତ ହେଉଛି, ତା ଉପରେ ନିର୍ଭର କରେ ଆର ଭାଲ୍ୟୁ ।

ଓମିକ୍ରନ୍ ଭୂତାଣୁ ଯୋଗୁଁ ଦେଶରେ ଆରମ୍ଭ ହୋଇଥିବା କରୋନାର ନୂଆ ଲହର କେଉଁଠି ଶୀର୍ଷକୁ ଛୁଇଁ ସାରିଲାଣି ତ ପୁଣି କେଉଁଠି ଶୀର୍ଷରେ ପହଞ୍ଚିବାକୁ ବାକି ଅଛି । ତେଣୁ ଏବେ ଦେଶର ବିଭିନ୍ନ ସହରରେ ଆର ଭାଲ୍ୟୁ ମଧ୍ୟ ଅଲଗା ଅଲଗା ରହିଛି ।

ସହରରେ ‘ଆର’ ଭାଲ୍ୟୁ

– ମୁମ୍ବାଇରେ ଆର ଭାଲ୍ୟୁ- ୧.୩

– ଦିଲ୍ଲୀର ଆର ଭାଲ୍ୟୁ- ୨.୫

– ଚେନ୍ନାଇରେ ଏହା- ୨.୪

– କୋଲକାତାରେ – ୧.୬

କୋଭିଡକୁ ପ୍ରଭାବହୀନ କରିବା ପାଇଁ ଟିକା ହିଁ ସବୁଠାରୁ ବଡ ଅସ୍ତ୍ର । ବର୍ତ୍ତମାନ ଏହି ଶକ୍ତିଶାଳୀ ଅସ୍ତ୍ରର ପ୍ରୟୋଗ କରାଯାଉଥିବାରୁ ମହାମାରୀ ଆଉ ବେଶିଦିନ ରହିବ ନାହିଁ ବୋଲି ଆଶା କରାଯାଉଛି । କରୋନାର ଶେଷଦିନ ପାଖେଇ ଆସିଲାଣି ବୋଲି ବିଶେଷଜ୍ଞ କହିଛନ୍ତି ।

ସମ୍ବନ୍ଧିତ ଖବର