ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର କାଗିସୋ ରାବାଡା ହଠାତ୍ ଆଇପିଏଲ୍ ଛାଡିବା ନେଇ ନିଜର ନୀରବତା ଭାଙ୍ଗିଛନ୍ତି। ଗୁଜୁରାଟ ଟାଇଟାନ୍ସ ପାଇଁ ଖେଳୁଥିବା ରାବାଡାଙ୍କୁ ଡ୍ରଗ୍ସ ପରୀକ୍ଷାରେ ବିଫଳ ହେବା ପରେ ହଠାତ୍ ଆଇପିଏଲ ଛାଡି ନିଜ ଦେଶ ଦକ୍ଷିଣ ଆଫ୍ରିକା ଫେରିବାକୁ ପଡିଲା ବୋଲି ସେ ସ୍ବୀକାର କରିଛନ୍ତି। ସେ ନିଜର ଭୁଲ ସ୍ୱୀକାର କରି ଏକ ବିବୃତ୍ତି ଜାରି କରିଛନ୍ତି।
ଗୁଜୁରାଟ ଟାଇଟାନ୍ସ ରାବାଡାଙ୍କୁ ୧୦.୭୫ କୋଟି ଟଙ୍କାରେ କିଣିଥିଲା ଏବଂ ସେ ଏହି ସିଜନରେ କେବଳ ୨ଟି ମ୍ୟାଚ୍ ଖେଳିପାରିଥିଲେ। ଏହା ପରେ, ହଠାତ୍ ଏପ୍ରିଲ ୨ ତାରିଖରେ, ରାବାଡା ଆଇପିଏଲ ମଝିରେ ଛାଡି ଦେଶକୁ ଫେରି ଆସିଲେ। ସେତେବେଳେ କୁହାଗଲା ଯେ ସେ ବ୍ୟକ୍ତିଗତ କାରଣରୁ ଫେରି ଯାଇଥିଲେ।

ମେ ୨ ତାରିଖରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଗୁଜରାଟ ଟାଇଟାନ୍ସର ବିଜୟର ଗୋଟିଏ ଦିନ ପରେ, ମେ ୩ ଶନିବାର ଦିନ, ରାବାଡା ଦକ୍ଷିଣ ଆଫ୍ରିକା କ୍ରିକେଟର୍ସ ଆସୋସିଏସନ (ଏସଏସିଏ)କୁ ଉଦ୍ଧୃତ କରି ଏକ ବିବୃତ୍ତି ଜାରି କରିଥିଲେ ଏବଂ କହିଥିଲେ ଯେ ତାଙ୍କର ଡ୍ରଗ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବାରୁ ତାଙ୍କୁ ହଠାତ୍ ଆଇପିଏଲରୁ ଫେରିବାକୁ ପଡିଲା। ରାବାଡା ଏହା ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ତାଙ୍କୁ ଅସ୍ଥାୟୀ ଭାବରେ ନିଲମ୍ବିତ କରାଯାଇଛି। ରିପୋର୍ଟ ଅନୁଯାୟୀ, ରାବାଡା ଜାନୁଆରୀ-ଫେବୃଆରୀରେ ଖେଳାଯାଇଥିବା ଏସଏ୨୦ ଲିଗ୍ ସମୟରେ ଏହି ଔଷଧ ବ୍ୟବହାର କରିଥିଲେ, ଯେତେବେଳେ ସେ ଏମଆଇ କେପ୍ ଟାଉନ୍ ପାଇଁ ଖେଳୁଥିଲେ।