ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ପରେ ନିର୍ବାଚିତ ହେଲେ ନୂଆ ମହନ୍ତ

ପ୍ରୟାଗରାଜ: ଅଖିଳ ଭାରତୀୟ ଆଖଡ଼ା ପରିଷଦର ନୂତନ ଅଧ୍ୟକ୍ଷ ଭାବେ ମହନ୍ତ ରବୀନ୍ଦ୍ର ପୁରୀ ନିର୍ବାଚିତ ହୋଇଛନ୍ତି | ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ପରେ ଆଖଡ଼ା ପରିଷଦର ପରବର୍ତ୍ତୀ ମୁଖ୍ୟ କିଏ ହେବେ ସେ ନେଇ ଚର୍ଚ୍ଚା ଜୋର ଧରିଥିଲା | ଆଉ ଶେଷରେ ରବୀନ୍ଦ୍ର ପୁରୀ ନୂତନ ମୁଖ୍ୟ ଭାବେ ମନୋନୀତ ହୋଇଛନ୍ତି | ସୋମବାର ଦିନ ପ୍ରୟାଗରାଜର ଦାରାଗଞ୍ଜ ନିରଂଜନି ଆଖଡ଼ାରେ ଅନୁଷ୍ଠିତ ବୈଠକରେ ମହନ୍ତ ରବିନ୍ଦ୍ର ପୁରୀଙ୍କୁ ସ୍ୱୀକୃତିପ୍ରାପ୍ତ ୧୩ଟି ଆଖଡା ମଧ୍ୟରୁ ସାତଟି ଆଖଡ଼ା ପକ୍ଷରୁ ନିର୍ବାଚିତ କରାଯାଇଥିଲା |

ସୂଚନା ଥାଉ କି ଆଖଡ଼ା ପରିଷଦର ଅଧ୍ୟକ୍ଷ ଥିବା ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ପରେ ସାଧୁମାନଙ୍କ ବୃହତ୍ତମ ସଂଗଠନ ଆଖଡ଼ା ପରିଷଦର ଅଧ୍ୟକ୍ଷ ପଦ ଖାଲି ପଡ଼ିଥିଲା। ଆଉ ଏହାକୁ ନେଇ ଆଖଡ଼ା ପରିଷଦମାନଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ମଧ୍ୟ ଚାଲିଥିଲା | ଆଖଡ଼ା ପରିଷଦର ପୃଷ୍ଠପୋଷକ ମହନ୍ତ ହରି ଗିରିଙ୍କ ତରଫରୁ ପ୍ରୟାଗରାଜଠାରେ ଥିବା ନିର୍ମଲ ଆଖଡ଼ାରେ ପରିଷଦର ଏକ ବୈଠକ ଡକାଯାଇଥିଲା। ଆଉ ଏଥିରେ ରବିନ୍ଦ୍ର ପୁରୀଙ୍କୁ ମନୋନୀତ କରାଯାଇଥିଲା |

ମହନ୍ତ ରବୀନ୍ଦ୍ରପୁରୀ ହରିଦ୍ୱାରର କନଖଲରେ ଥିବା ଦଶେଶ୍ୱର ମହାଦେବ ମନ୍ଦିରର ପିଠାଧିଶ୍ୱର ସହ ମହାନିର୍ବାଣୀ ଆଖଡ଼ାର ସଚିବ ଅଛନ୍ତି । ସେ ୩୫ ବର୍ଷ ପୂର୍ବେ ସନ୍ୟାସ ନେବା ପରେ ମହାନିର୍ବାଣୀ ଆଖଡ଼ାରେ ଯୋଗ ଦେଇଥିଲେ | ୧୯୯୮ କୁମ୍ଭ ମେଳା ପରେ ରବିନ୍ଦ୍ର ପୁରୀ ଆଖଡ଼ାର କାର୍ଯ୍ୟନିର୍ବାହୀ କମିଟିରେ ଯୋଗ ଦେଇଥିଲେ। ୨୦୦୭ରେ, ତାଙ୍କୁ ଆଖଡ଼ାର ସଚିବ କରାଯାଇଥିଲା।

ସମ୍ବନ୍ଧିତ ଖବର