ଭାରତର ଦୁଇଟି ବିମାନ ନଷ୍ଟ କରିଛି ବୋଲି ପାକିସ୍ତାନ ଯାହା ଦାବି କରୁଛି, ତାହା ମିଛ : ରବିଶ କୁମାର

ନୂଆଦିଲ୍ଲୀ: ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରବିଶ କୁମାର ପାକିସ୍ତାନ ମିଛ କହୁଛି ବୋଲି ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ଭାରତର ଦୁଇଟି ବିମାନ ନଷ୍ଟ କରିଛି ବୋଲି ପାକିସ୍ତାନ ଯାହା ଦାବି କରୁଛି ତାହା ମିଛ । ଯଦି ଭାରତ ଏଫ-୧୬କୁ ନଷ୍ଟ କରିଥିବା ପ୍ରମାଣ ଦେଇପାରିଛି ତେବେ ପାକିସ୍ତାନ କାହିଁକି ଏହାର ପ୍ରମାଣ ଦେଉନାହିଁ ବୋଲି ରବିଶ କୁମାର ପ୍ରଶ୍ନ କରିୁଛନ୍ତି । ସେ ଆହୁରି ମଧ୍ୟ କହଛନ୍ତି ଯେ ପୁଲୱାମା ଆକ୍ରମଣରେ ଜୈସ-ଏ-ମହମ୍ମଦ ଆତଙ୍କୀ ସଂଗଠନର ହାତ ଥିବା କହିସାରିଛି ଜାତିସଂଘ ସୁରକ୍ଷା ପରିଷଦ । ଏପରିକି ଖୋଦ ଜେଇଏମ ସଂଗଠନ ଏଥିପାଇଁ ନିଜକୁ ଦାୟୀ କରିସାରିଛି ।

ତଥାପି ଆତଙ୍କବାଦ ବିରୋଧରେ ପଦକ୍ଷେପ ନେବାକୁ ଭାରତ ଦେଇଥିବା ପ୍ରମାଣ ଆଧାରରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ ପାକିସ୍ତାନ । ଏପରିକି ଇସଲାମାବାଦ କାର୍ଯ୍ୟାନୁଷ୍ଠାନ ପାଇଁ ମନା କରିଦେଇଥିବା କହିଛନ୍ତି ରବିଶ କୁମାର । ସେହିପରି ଭାରତ ବିରୋଧରେ ଏୟାର ଷ୍ଟ୍ରାଇକ ପାଇଁ ଏଫ-୧୬ ବିମାନ ବ୍ୟବହାର ହୋଇନଥିବା କହିଆସୁଛି ପାକିସ୍ତାନ । ହେଲେ ଏନେଇ ଯଥେଷ୍ଟ ପ୍ରମାଣ ଭାରତ ପାଖରେ ରହିଛି । ସେସବୁ ତଥ୍ୟ ଆମେରିକାକୁ ଦିଆଯାଇଛି । ଏଫ-୧୬ ବ୍ୟବହାର ନେଇ ଥିବା ନିୟମ ଉଲ୍ଲଂଘନ ହୋଇଥିଲେ ଆମେରିକା କାର୍ଯ୍ୟାନୁଷ୍ଠାନ ନେଇପାରେ ।

ସମ୍ବନ୍ଧିତ ଖବର