ପାଟନା: ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ୧୮ଟି ଜିଲ୍ଲାର ୧୨୧ଟି ଆସନରେ ମତଦାନ ଆରମ୍ଭ ହୋଇଛି। ନିଜର ନେତା ବାଛିବାକୁ ଲୋକେ ମତଦାନ କେନ୍ଦ୍ରରେ ଲାଇନ୍ ଲଗାଇଥିବା ବେଳେ ଲାଲୁ ଯାଦବଙ୍କ ପରିବାର ମଧ୍ୟ ମତଦାନ କେନ୍ଦ୍ରକୁ ଯାଇ ମତଦାନ କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ, ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ସେମାନଙ୍କର ମତଦାନ କରିଛନ୍ତି।
୨ପୁଅଙ୍କୁ ଜନସାଧାରଣଙ୍କ ଭଲପାଇବା ମିଳିବ
ମତଦାନ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀ ତାଙ୍କ ଉଭୟ ପୁଅ ତେଜସ୍ୱୀ ଯାଦବ ଏବଂ ତେଜ ପ୍ରତାପ ଯାଦବଙ୍କୁ ବିଜୟର ଆଶୀର୍ବାଦ ଦେଇଛନ୍ତି। ସେ କହିଛନ୍ତି, "ମୋର ୨ପୁଅ ଜନସାଧାରଣଙ୍କ ସେବା କରୁଛନ୍ତି ଏବଂ ନିଶ୍ଚିତ ଭାବରେ ଜନସାଧାରଣଙ୍କ ଭଲପାଇବା ଓ ଆଶୀର୍ବାଦ ସେମାନଙ୍କୁ ମିଳିବ।" ରାବ୍ରୀ ଦେବୀଙ୍କ ଏହି ବୟାନ ଏହା ପ୍ରକାଶ କରିଥିଲା ​​ଯେ, ପରିବାରରେ ରାଜନୈତିକ ମତଭେଦ ଅପେକ୍ଷା ଅଧିକ ଏକତା ଅଛି।
#WATCH | #BiharElection2025 | As she arrived to vote, former CM and RJD leader Rabri Devi said, "My best wishes to both my sons. Tej Pratap is contesting on his own. I am their mother. Good luck to both of them."
— ANI (@ANI) November 6, 2025
She says, "I appeal to the people of Bihar to step out and vote… pic.twitter.com/ONsN5vx8pi
ରୋହିଣୀ ଆଚାର୍ଯ୍ୟଙ୍କ ପ୍ରତିକ୍ରିୟା
ଅନ୍ୟପକ୍ଷରେ, ନ୍ୟୁଜ୍ ଏଜେନ୍ସି ANIକୁ ପ୍ରତିକ୍ରିୟା ଦେଇ ରାଷ୍ଟ୍ରୀୟ ଜନତା ଦଳ (RJD) ନେତା ରୋହିଣୀ ଆଚାର୍ଯ୍ୟ କହିଛନ୍ତି ଯେ, ବିହାରର ଦୁର୍ଗମ ଅଞ୍ଚଳରେ ରହୁଥିବା ଶ୍ରମିକମାନେ ରୋଜଗାର ସନ୍ଧାନରେ ଚାରିଆଡେ ବୁଲୁଛନ୍ତି ଏବଂ ଏହି ନିର୍ବାଚନ ସେମାନଙ୍କ ଭବିଷ୍ୟତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ତେଜ୍ ନିଜ ଗୋଡ଼ରେ ଛିଡ଼ା ହେଉ ବୋଲି ମୋର ଇଚ୍ଛା
କିଛି ଦିନ ତଳେ ରାବ୍ରୀ ଦେବୀ ସାର୍ବଜନୀନ ଭାବରେ ତାଙ୍କ ପୁଅ ତେଜ ପ୍ରତାପ ଯାଦବଙ୍କ ବିଷୟରେ ତାଙ୍କର ମତ ସ୍ପଷ୍ଟ ମତ ରଖିଥିଲେ। ସେ କହିଥିଲେ, "ସେ ମୋର ପୁଅ, କିନ୍ତୁ ଏହି ଲୋକମାନେ ତାଙ୍କୁ ଦଳ ଏବଂ ଘରୁ ବାହାର କରିଦେଇଛନ୍ତି। ତେବେ ତା ବିରୋଧରେ ମୁଁ ପ୍ରଚାର କରିବି ନାହିଁ, କିନ୍ତୁ ସେ ଜିତୁ ବୋଲି ମୋର ଇଚ୍ଛା ଅଛି। ସେ ନିଜ ଗୋଡ଼ରେ ଛିଡ଼ା ହେଉ ବୋଲି ମୋର ଇଚ୍ଛା।"
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/11/06/rabri-devi-2025-11-06-09-44-11.jpg)