କରୋନା ଟିକା ପାଇଁ ଦୌଡ଼ ଆରମ୍ଭ: ଭାରତର ୬ଟି ସହରରେ ଚାଲିଛି ମାନବ ପରୀକ୍ଷଣ

ଖୁବ୍ ଶୀଘ୍ର ଭୁବନେଶ୍ବରରେ ଆରମ୍ଭ ହେବ ଟିକାର ମାନବ ପରୀକ୍ଷଣ

ନୂଆଦିଲ୍ଲୀ: କରୋନାଭାଇରସର ମୁକାବିଲା ପାଇଁ ସ୍ୱଦେଶୀ ଟିକା ଆଣିବା ଉଦ୍ଦେଶ୍ୟରେ ଏବେ ଦୌଡ଼ ଆରମ୍ଭ ହୋଇଛି। ଭାରତର  ଦୁଇଟି ସଂସ୍ଥା- ଭାରତ ବାୟୋଟେକ୍ ଏବଂ ଜାଇଡସ୍ କ୍ୟାଡିଲାର ଟିକା କୋଭାକ୍ସିନ ଏବଂ ଜାଇକୋଭ୍-ଡିର ମାନବ ପରୀକ୍ଷଣ ବର୍ତ୍ତମାନ ଅନେକ ରାଜ୍ୟର ୬ଟି ସହରରେ ଆରମ୍ଭ ହୋଇ ଯାଇଛି।

ବର୍ତ୍ତମାନ ଭାରତ ବାୟୋଟେକର ଟିକା କୋଭାକ୍ସିନର ମାନବ ପରୀକ୍ଷଣ ଏବେ ୬ଟି ସହର(ହାଇଦ୍ରାବାଦ, ପାଟନା, କାଞ୍ଚିପୁରମ୍, ରୋହତକ, ଦିଲ୍ଲୀ ଓ ଭୁବନେଶ୍ବରରେ)ରେ ଆରମ୍ଭ ହୋଇ ଯାଇଥିବା ବେଳେ ଜାଇଡସ କ୍ୟାଡିଲାର ଟିକା ଜାଇକୋଭ୍-ଡିର ମାନବ ପରୀକ୍ଷା ବର୍ତ୍ତମାନ କେବଳ ଅହମ୍ମଦାବାଦରେ ଆରମ୍ଭ ହୋଇଛି। ଆଗକୁ କୋଭାକ୍ସିନର ମାନବ ପରୀକ୍ଷଣ ଅନ୍ୟ ୭ଟି ସହର (ନାଗପୁର, ଭୁବନେଶ୍ୱର, ବେଲଗାମ୍, ଗୋରଖପୁର, କାନପୁର, ଗୋଆ (ଶନିବାର) ଏବଂ ବିଶାଖାପାଟନମ)ରେ ଆରମ୍ଭ ହେବ ବୋଲି ଜଣାପଡ଼ିଛି।

timesofindia.indiatimes.com

ଏ ପର୍ଯ୍ୟନ୍ତ ଦୁଇଟି ଟିକାର ମାନବ ପରୀକ୍ଷଣ ସଫଳ ହୋଇଥିବା ବେଳେ ଏହାକୁ ନେଇ ଆଶାବାଦୀ ଅଛନ୍ତି ଉଭୟ ଭାରତ ବାୟୋଟେକ୍ ଏବଂ ଜାଇଡସ କ୍ୟାଡିଲା।

ସୂଚନା ମୁତାବକ, ଏହି ଦୁଇଟି ଟିକା ବ୍ୟତୀତ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଦ୍ବାରା ବିକଶିତ ହୋଇଥିବା ତୃତୀୟ ଟିକାର ପରୀକ୍ଷା ଖୁବ ଶୀଘ୍ର ଭାରତରେ କରାଯିବ ବୋଲି ଜଣା ପଡ଼ିଛି। ଏହି ଟିକା ପ୍ରସ୍ତୁତ କରୁଥିବା ସେରମ୍ ଇନସାଇଟ୍ୟୁଟ୍ କହିଛି ଯେ, ଅନୁମୋଦନ ଗ୍ରହଣ କରିବା ପରେ ଏହାର ମାନବ ପରୀକ୍ଷଣ ଶୀଘ୍ର ଆରମ୍ଭ ହେବ |

ସମ୍ବନ୍ଧିତ ଖବର