ବାଇକ ରେସିଙ୍ଗ ଦେଖିବାକୁ କ୍ରେନରେ ଆସିଲେ ଦର୍ଶକ, ସାମାଜିକ ଦୂରତା ରକ୍ଷା ସହ ନେଲେ ଖେଳର ମଜା

ନୂଆଦିଲ୍ଲୀ: ପୋଲାଣ୍ଡର ଲାବଲିନ୍ ସହରରେ ୧୩ ହଜାର ଲୋକଙ୍କ କ୍ଷମତା ବିଶିଷ୍ଟ ଏକ ଷ୍ଟାଡିୟମରେ ଏକ ବାଇକ୍ ରେସ ଅନୁଷ୍ଠିତ ହୋଇଥିଲା | କିନ୍ତୁ ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି ଷ୍ଟାଡିୟମର ମାତ୍ର ୨୫ ପ୍ରତିଶତ ସିଟ୍ ବୁକ୍ କରାଯାଇଥିଲା। ତେବେ ବାଇକ ରେସିଙ୍ଗ ଦେଖିବାକୁ ଖୁବ ଭଲ ପାଉଥିବା ଦର୍ଶକମାନେ ମ୍ୟାଚ ଦେଖିବାକୁ ଏକ ଅଭିନବ ଉପାୟ ଆପଣାଇଥିଲେ | ସମସ୍ତେ ମ୍ୟାଚ ଦେଖିବା ପାଇଁ କ୍ରେନର ସହଯୋଗ ନେଇଥିଲେ | ଡେଲି ମେଲରେ ପ୍ରକାଶିତ ଖବର ଅନୁଯାୟୀ ପ୍ରଶଂସକମାନେ ଏହି ରେସ୍ ଦେଖିବା ପାଇଁ ୨୧ଟି କ୍ରେନ୍ ବ୍ୟବହାର କରିଥିଲେ | କ୍ରେନରେ ଥିବା ସ୍ଥାନ ଅନୁଯାୟୀ ସମସ୍ତେ ଚଢ଼ିଥିଲେ | ଏହା ପରେ କ୍ରେନଗୁଡିକୁ ଉଠାଯାଇଥିଲା |

photo courstey: mail online

ଏହି ବାଇକ ରେସିଙ୍ଗ ସମୟରେ ଦର୍ଶକମାନେ କ୍ରେନ୍ ଉପରେ ଏହାକୁ ଉପଭୋଗ କରିଥିଲେ | ଏହି କ୍ରେନ୍ ଗୁଡିକ ଷ୍ଟାଡିୟମର ଚାରିପାଖରେ ଛିଡା କରାଯାଇଥିଲା | ଯାହାଦ୍ୱାରା ପ୍ରଶଂସକମାନେ ପ୍ରାୟ ୬୫ ଫୁଟ ଉପରୁ ଏହି ରେସିଙ୍ଗକୁ ଉପଭୋଗ କରିଥିଲେ | ଏହାକୁ ନେଇ ଆୟୋଜକ ମଧ୍ୟ ବେଶ ଖୁସି | ଆୟୋଜକଙ୍କ କହିବା କଥା ଯେ ଲୋକଙ୍କ ଏଭଳି ଆଗ୍ରହକୁ ଦେଖିଲେ ଆଶା କରାଯାଉଛି ଯେ ଯେ ଅଗଷ୍ଟ ମାସରେ ହେବାକୁ ଥିବା ରେସରେ ପ୍ରାୟ ୫୦ ପ୍ରତିଶତ ଲୋକ ଯୋଗ ଦେବେ |

ଏଠାରେ ସୂଚନା ଥାଉ କି ଏହି ସମସ୍ତ କ୍ରେନ୍ ପ୍ରାୟ ଷ୍ଟାଡିୟମର ଫ୍ଲଡ୍ ଲାଇଟ୍ ପାଖାପାଖି ପହଞ୍ଚିଯାଇଥିଲା | ସେହିପରି ରେସ ଆରମ୍ଭ ହେବା ପୂର୍ବରୁ ତିନୋଟି କ୍ରେନ୍ ବୁକ୍ କରାଯାଇଥିଲା | କିନ୍ତୁ ଅଳ୍ପ ସମୟ ମଧ୍ୟରେ କ୍ରେନ ସଂଖ୍ୟା ୨୧ କୁ ବୃଦ୍ଧି ପାଇଥିଲା |

ସମ୍ବନ୍ଧିତ ଖବର