ନୂଆଦିଲ୍ଲୀ: ରାଧେ ମା’ ଶନିବାର ଅମୃତସରସ୍ଥିତ ସ୍ୱର୍ଣ୍ଣ ମନ୍ଦିରରେ ପହଞ୍ଚି ମଥା ଟେକିଛନ୍ତି। କେବଳ ଏତିକି ନୁହେଁ ସ୍ୱର୍ଣ୍ଣ ମନ୍ଦିରରେ ଚାଲୁଥିବା ଲଙ୍ଗର ସେବାରେ ରାଧେ ମା’ ପାଖାପାଖି ୨୦ଲକ୍ଷ ଟଙ୍କାର ବାସନ ଦାନ କରିଛନ୍ତି। ଲଙ୍ଗର ହଲ୍ରେ ୧୨,୦୦୦ ଥାଳି. ୧୦,୦୦୦ ଗ୍ଲାସ ଓ ଚାମଚ ଏବଂ ଅନ୍ୟାନ୍ୟ ବାସନ ଭକ୍ତଙ୍କ ସେବା ପାଇଁ ଦାନ କରିଛନ୍ତି ରାଧେ ମା’।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ ଏହି ପ୍ରସଙ୍ଗକୁ ନେଇ ରାଧେ ମା’ କହନ୍ତି, ତାଙ୍କର କିଛି ବି ସାମର୍ଥ୍ୟ ନାହିଁ କି ସେ ସ୍ୱର୍ଣ୍ଣ ମନ୍ଦିରକୁ କିଛି ଦାନ କରିବେ। ସେ କେବଳ ସେବା କରିବା ପାଇଁ ଏଠାକୁ ଆସିଛନ୍ତି। ଯାହା କିଛି ତାଙ୍କ ଗୁରୁ ତାଙ୍କୁ ଦେଇଥିଲେ, ସେଥିରୁ କିଛି ସେ ସ୍ୱର୍ଣ୍ଣ ମନ୍ଦିର ପାଇଁ ଦାନ କରିଛନ୍ତି। କେବଳ ଏତିକି ନୁହେଁ ଅନ୍ୟ ଧାର୍ମିକସ୍ଥଳମାନଙ୍କରେ ବି ଏଭଳି ଧର୍ମ କାମ କରିବେ।
କିଛିଦିନ ପୂର୍ବରୁ ରାଧେ ମା’ଙ୍କୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ପଞ୍ଜାବ ଓ ହରିୟାଣା ହାଇକୋର୍ଟ ଜଣେ ବ୍ୟକ୍ତିଙ୍କ ଯାଚିକାରେ ରାଧେ ମା’ଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ଆଦେଶ ଦେଇଥିଲେ। ଯାଚିକା ଦାଖଲ କରିଥିବା ବ୍ୟକ୍ତି ରାଧେ ମା’ ତାଙ୍କୁ ଧମକ ଦେବାର ଅଭିଯୋଗ କରିଥିଲେ। ରାଧେ ମା’ଙ୍କ ସମର୍ଥକଙ୍କ କହିବାନୁସାରେ, ରାଧେ ମା’ ଦୁର୍ଗାଙ୍କ ଅବାତର।