ପ୍ରଶ୍ନ ଶୁଣି ତାତିଗଲେ ରାଧେ ମା, ଘଟାଇଲେ ଏଭଳି କାଣ୍ଡ

ପାନୀପତ: ପ୍ରାୟ ସମୟ ବିବାଦରେ ରହି ଆସୁଥିବା ରାଧେ ମା ପୁଣି ଏକ ବିବାଦକୁ ନେଇ ଚର୍ଚ୍ଚାରେ ଅଛନ୍ତି | ପ୍ରକୃତରେ ରାଧେ ମା ଓ ତାଙ୍କ ସମର୍ଥକଙ୍କ ନାମରେ ଜଣେ ସାମ୍ବାଦିକଙ୍କୁ ମାଡ ମାରିବା ମାମଲା ସାମ୍ନାକୁ ଆସିଛି | ଏ ନେଇ ଅଭିଯୋଗ ମିଳିବା ପରେ ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି | ମିଳିଥିବା ସୂଚନା ମୁତାବକ ରାଧେ ମା ଓ ତାଙ୍କ ସମର୍ଥକ ଜଣେ ସାମ୍ବାଦିକଙ୍କୁ କେବଳ ମାଡ ମାରିନାହାନ୍ତି ବରଂ ହତ୍ୟା ଧମକ ମଧ୍ୟ ଦେଇଛନ୍ତି |

ସାମ୍ବାଦିକ ଜଣକ ଅଭିଯୋଗ କରିଛନ୍ତି ଯେ ରାଧେ ମା ତାଙ୍କର ଏକ କାର୍ଯ୍ୟକ୍ରମର ପ୍ରସାରଣ କରାଇବାକୁ ତାଙ୍କୁ ଡାକିଥିଲେ | ତେବେ ଏହି ସମୟରେ ସେ ରାଧେ ମାଙ୍କୁ କିଛି ପ୍ରଶ୍ନ କରିଥିଲେ | ଏଥିରେ ହଠାତ ରାଗିଯାଇଥିଲେ ରାଧେ ମା | ଏହାପରେ ତାଙ୍କ ସମର୍ଥକମାନେ ସାମ୍ବାଦିକଙ୍କୁ ନିସ୍ତୁକ ମାଡ ମାରିଥିଲେ | ସାମ୍ବାଦିକଙ୍କ କ୍ୟାମେରା ଭାଙ୍ଗିବା ସହ ତାଙ୍କୁ ଅପହରଣ କରିବାକୁ ଉଦ୍ୟମ କରିଥିଲେ |

ପରେ ପୁଲିସ ପହଂଚି ସାମ୍ବାଦିକଙ୍କୁ ଉଦ୍ଧାର କରିବା ସହ ସାମ୍ୱାଦିକଙ୍କ ଅଭିଯୋଗ କ୍ରମେ ରାଧେ ମା ଓ ତାଙ୍କ ସମର୍ଥକଙ୍କ ନାମରେ ମାମଲା ରୁଜୁ କରିଛି | ଏଠାରେ ସୂଚନା ଥାଉ କି ରାଧେ ମା ନିଜକୁ ଦେବୀଙ୍କ ଅବତାର ବୋଲି କହିଥାନ୍ତି | ଦେଶ ସାରା ତାଙ୍କର ଶ୍ରଦ୍ଧାଳୁ ଥିବାବେଳେ ସତସଂଗରେ ସାମିଲ ମଧ୍ୟ ହୋଇଥାନ୍ତି |

ସମ୍ବନ୍ଧିତ ଖବର