ନୂଆଦିଲ୍ଲୀ: କିଛିଦିନ ହେବ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ ଅଧ୍ୟକ୍ଷ ମୁକେଶ ଅମ୍ବାନିଙ୍କ ସାନ ପୁଅ ଅନନ୍ତ ଅମ୍ବାନିଙ୍କ ବାହାଘରକୁ ନେଇ ଚର୍ଚ୍ଚା ଜୋର ଧରିଛି। ଅନନ୍ତଙ୍କ ବିବାହ ଆସନ୍ତା ଜୁଲାଇରେ ରାଧିକା ମର୍ଚ୍ଚାଣ୍ଟଙ୍କ ସହିତ ହେବ। ବିବାହକୁ ଆଉ କିଛି ମାସ ବାକି ଥିବା ବେଳେ ଅନନ୍ତ ଅମ୍ବାନି ଓ ରାଧିକାଙ୍କ ପ୍ରି ୱେଡିଂ ସେଲିବ୍ରେସନ ଆରମ୍ଭ ହୋଇଯାଇଛି। ପୂର୍ବରୁ ଗୁଜରାଟର ଜାମନଗରରେ ୩ଦିନିଆ ପ୍ରି ୱେଡିଂ ସେଲିବ୍ରେସନ ହୋଇଥବା ବେଳେ ବିଶ୍ବର ଅନେକ ଧନୀକ ବ୍ୟକ୍ତି ଏଥିରେ ସାମିଲ ହୋଇଥିଲେ। ପ୍ରାୟ ୧୨୦୦ଜଣ ଅତିଥି ପ୍ରି ୱେଡିଂ ସେଲିବ୍ରେସନରେ ଯୋଗ ଦେଇଥିବା ବେଳେ ସେମାନଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲେ ମୁକେଶ ଅମ୍ବାନୀ।
ଏବେ ଜାମନଗର ପରେ ଇଟାଲୀରେ ଅମ୍ବାନୀ ପରିବାର ଆଉ ଏକ ପ୍ରି ୱେଡିଂ ସେଲିବ୍ରେସନ କରିବାକୁ ଯାଉଛନ୍ତି। ଏଥର କ୍ରୁଜରେ ଅତିଥିମାନେ ପାର୍ଟି କରିବେ ବୋଲି ଜଣାପଡ଼ିଛି। ଏହି ଚର୍ଚ୍ଚା ମଧ୍ୟରେ ଏବେ ରାଧିକାଙ୍କ ସମ୍ପତ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ରାଧିକା ୧୮ ଡିସେମ୍ବର ୧୯୯୪ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ହେଉଛନ୍ତି ବିରେନ୍ ମର୍ଚାଣ୍ଟ ଏବଂ ମାତା ହେଉଛନ୍ତି ଶିଲା ମର୍ଚାଣ୍ଟ । ତାଙ୍କ ପିତା ବିରେନ୍ ମର୍ଚାଣ୍ଟଙ୍କ ନାମ ଭାରତର ବଡ ଶିଳ୍ପପତିମାନଙ୍କ ମଧ୍ୟରେ ଗଣାଯାଏ। ବିରେନ୍ ମର୍ଚାଣ୍ଟ ସ୍ୱାସ୍ଥ୍ୟସେବା କମ୍ପାନି ଏନକୋରର ସିଇଓ ଅଟନ୍ତି। ସେ ମୋଟ ୮୦୦କୋଟିର ମାଲିକ ହୋଇଥିବା ବେଳେ ରାଧିକା ମାତ୍ର ୧୦କୋଟିର ମାଲିକାଣୀ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/t-269.jpg)