କଂଗ୍ରେସରେ ଆମୂଳଚୂଳ ପରିବର୍ତ୍ତନ ଲୋଡ଼ା: କପିଲ ସିବଲ

ନୂଆଦିଲ୍ଲୀ: କଂଗ୍ରେସର ସମସ୍ତ ରାଜ୍ୟ ସଂଗଠନ ସହିତ କେନ୍ଦ୍ରୀୟ ସଂଗଠନରେ ଆମୂଳଚୂଳ ପରିବର୍ତ୍ତନ ଲୋଡ଼ା ଏବଂ ଏଥିପାଇଁ ଆବଶ୍ୟକ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବାକୁ ତୁରନ୍ତ ପଦକ୍ଷେପ ନିଆଯାଉ ବୋଲି ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ କହିଛନ୍ତି। ଦଳର ନେତୃତ୍ବ ପରିବର୍ତ୍ତନ ଦାବି କରି ପତ୍ର ଲେଖିଥିବା ଜି-୨୩ ଗୋଷ୍ଠୀର ଅନ୍ୟତମ ପ୍ରମୁଖ ନେତା ସିବଲ କହିଛନ୍ତି ଦେଶରେ କଂଗ୍ରେସର ଦୁର୍ବଳ ସ୍ଥିତି ଯୋଗୁଁ ବିରୋଧୀଦଳଙ୍କ ସ୍ଥିତିରେ ଯେଉଁ ଶୂନ୍ୟତା ଦେଖାଦେଇଛି ସେଥିରେ ପରିବର୍ତ୍ତନ ଆଣିବାକୁ କଂଗ୍ରେସରେ ବଡ଼ ଧରଣର ସଂସ୍କାର ଜରୁରୀ ହୋଇପଡ଼ିଛି। ଏବେ ପଂଜାବ ଏବଂ ରାଜସ୍ଥାନରେ ଦଳୀୟ କନ୍ଦଳ ଚରମ ସୀମାରେ ପହଞ୍ଚିଥିବା ବେଳେ କପିଲଙ୍କ ଏହି ବୟାନ ଚର୍ଚ୍ଚାରେ ରହିଛି।

ସମ୍ବନ୍ଧିତ ଖବର