ଶ୍ରୀଲଙ୍କାର ମୁସ୍‌ଲିମ୍‌ ବିରୋଧୀ ବୌଦ୍ଧ ଗୋଷ୍ଠୀ ଗଢ଼ିବେ ରାଜନୈତିକ ଦଳ

ନୂଆଦିଲ୍ଲୀ : କିଛି ଦିନ ତଳେ ଶ୍ରୀଲଙ୍କାର କାଣ୍ଡି ଜିଲ୍ଲାରେ ମୁସ୍‌ଲିମ୍‌ମାନଙ୍କ ଉପରେ ଆକ୍ରମଣ କରି ଦଙ୍ଗା ସୃଷ୍ଟି କରିଥିବା ଅଭିଯୁକ୍ତ ବୌଦ୍ଧ ଗୋଷ୍ଠୀ ଦେଶରେ ନିଜର ରାଜନୈତିକ ଦଳ ଗଢ଼ିବ ବୋଲି ଘୋଷଣା କରିଛି। ଉତ୍ତଜନାମୂଳକ ମୁସ୍‌ଲିମ୍‌ ବିରୋଧୀ ଭାଷଣର ଭିଡିଓ ଛାଡ଼ିଥିବା ଏହି ଗୋଷ୍ଠୀ ମହାସନ ବାଲକାୟ ଏବଂ ଅନ୍ୟାନ୍ୟ ସିଂହଳୀ ସଂଗଠନ ସହ ମିଶି ଏକ ରାଜନୈତିକ ଦଳ ଆରମ୍ଭ କରିବେ ବୋଲି ଏହାର ମୁଖପାତ୍ର କହିଛନ୍ତି। ଶ୍ରୀଲଙ୍କାରେ ପ୍ରତ୍ୟେକ ସମ୍ପ୍ରଦାୟର ରାଜନୈତିକ ଦଳ ଥିବା ବେଳେ ସିଂହଳୀମାନଙ୍କର ସେପରି କୌଣସି ନିର୍ଦ୍ଦିଷ୍ଟ ଦଳ ନାହିଁ ବୋଲି ସେ ସଫେଇ ଦେଇ ଏପରି ପଦକ୍ଷେପ ନେଉଥିବା କଥା କହିଛନ୍ତି। ସୂଚନା ଥାଉ କି, ବୌଦ୍ଧବହୁଳ ଶ୍ରୀଲଙ୍କାରେ ମୁସ୍‌ଲିମ୍‌ମାନେ ଲୋକଙ୍କୁ ଇସ୍‌ଲାମ୍‌ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରୁଛନ୍ତି ବୋଲି କିଛି କଠୋରପନ୍ଥୀ ବୌଦ୍ଧ ନେତା ଅଭିଯୋଗ ଉଠାଇ ୨୦୧୨ ମସିହାରୁ ମୁସ୍‌ଲିମ୍‌ ବିରୋଧୀ ଆନ୍ଦୋଳନ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର