ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ଜଣେ ବିଧାୟିକାଙ୍କୁ କଂଗ୍ରେସ୍ ସଭାପତି ରାହୁଲ ଗାନ୍ଧି ବିବାହ କରିବେ ବୋଲି ଚର୍ଚ୍ଚା ଜୋରଦାର ହୋଇଥିବା ବେଳେ ଏ ସଂପର୍କରେ ଏବେ ମୁହଁ ଖୋଲିଛନ୍ତି ଉକ୍ତ ବିଧାୟିକା।
ଗତକାଲି ଠାରୁ ସୋସିଆଲ୍ ମିଡିଆରେ ଉତ୍ତର ପ୍ରଦେଶର ରାୟବରେଲି ବିଧାନସଭା କ୍ଷେତ୍ରରୁ ନିର୍ବାଚିତ ଅଦିତୀ ସିଂହଙ୍କୁ ନେଇ ଚର୍ଚ୍ଚା ହେଉଛି କି କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧୀଙ୍କୁ ସେ ବିବାହ କରିବେ। ତେବେ ବିଧାୟିକା ଅଦିତୀ ସିଂହ ନିଜର ଟ୍ଵିଟରରେ ନିଜକୁ ରାହୁଲ ଗାନ୍ଧିଙ୍କର ରାକ୍ଷୀ ଭଉଣୀ ବୋଲି ଦର୍ଶାଇଛନ୍ତି। ଅଦିତୀ ଲେଖିଛନ୍ତି ‘ଗତକାଲି ଠାରୁ ମୁଁ ଖୁବ୍ ହଇରାଣ ହେଉଛି।
हमारे प्राचीन समय से ही पारिवारिक सम्बन्ध हैं।
ये सारी तस्वीरें जो सोशल मीडिया पर शेयर की जा रहीं हैं, ये पारिवारिक मुलाकातों का हिस्सा मात्र हैं। pic.twitter.com/3ekCPAQj40— Aditi Singh FC (@aditisingh01) May 6, 2018
ସୋସିଆଲ୍ ମିଡ଼ିଆରେ ମୋର ଓ ରାହୁଲ ଗାନ୍ଧିଜୀଙ୍କର ବିବାହକୁ ନେଇ ଲଗାତାର ଅପପ୍ରଚାର କରାଯାଉଛି। ରାହୁଲ ଗାନ୍ଧୀ ମୋର ରାଖି ଭାଇ। ଏହା କେବଳ ଗୁଜବ। ଏହି ଗୁଜବ ସୃଷ୍ଟି କରିଥିବା ଲୋକେ ଏଥିରୁ କ୍ଷାନ୍ତ ରୁହନ୍ତୁ । ଆମର ପୁରୁଣା ଦିନରୁ ପାରିବାରିକ ସଂପର୍କ ରହିଛି। ସୋସିଆଲ୍ ମିଡ଼ିଆରେ ଯେଉଁ ସବୁ ଫଟୋ ସେଆର୍ କରାଯାଉଛି, ତାହା ପାରିବାରିକ ସାକ୍ଷାତର ଅଂଶ ମାତ୍ର ଅଟେ।’
मैं कल से बहुत अधिक परेशान हूँ, सोशल मीडिया पर मेरी और @RahulGandhi जी की शादी को लेकर लगातार झूठ फैलाया जा रहा है।
राहुल गांधी जी मेरे राखी वाले भाई हैं।
यह अफवाह मात्र है।
अफवाह फैलाने वाले बाज आएं।
?https://t.co/oRN3VI8ESR— Aditi Singh FC (@aditisingh01) May 6, 2018
ଏଠାରେ ସୂଚନାଯୋଗ୍ୟ ଯେ, ଅଦିତୀ ହେଉଛନ୍ତି ଜଣାଶୁଣା କଂଗ୍ରେସ ନେତା ଅଖିଲେଶ ସିଂହଙ୍କର କନ୍ୟା। ଅଖିଲେଶ ସିଂହ କ୍ରମାଗତଭାବେ ରାୟବରେଲି ସଦର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୭ରେ ଅଖିଲେଶଙ୍କ ସ୍ଥାନରେ ଅଦିତୀ ବିଧାନସଭା ନିର୍ବାଚନ ଲଢ଼ି ନିର୍ବାଚିତ ହୋଇଥିଲେ। ଅଦିତୀ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପ୍ରାୟ ୯୦ ହଜାର ଭୋଟ୍ ବ୍ୟବଧାନରେ ପରାଜିତ କରି ବିଧାନସଭାକୁ ନିର୍ବାଚିତ ହୋଇଥିଲେ।