ଲକ୍ଷ୍ନୌ : କଂଗ୍ରେସ ଛାଡ଼ିବାର କିଛି ମାସ ପରେ ପୂର୍ବତନ ରାୟବରେଲୀ (ସଦର) ବିଧାୟିକା ଅଦିତି ସିଂ ଏହି ସମ୍ମାନଜନକ ଆସନରୁ ଏଥର ବିଜେପି ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ମଧ୍ୟ ଏହି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଆହ୍ବାନ କରିଛନ୍ତି। ରାୟବରେଲୀ ବିଧାନସଭା ଆସନ ହେଉଛି ରାୟବରେଲୀ ଲୋକସଭା ନିର୍ବାଚନମଣ୍ଡଳୀର ଏକ ଅଂଶ, କଂଗ୍ରେସ ସଭାପତି ସୋନିଆ ଗାନ୍ଧି ଯାହାର ପ୍ରତିନିଧିତ୍ୱ କରୁଛନ୍ତି।

Advertisment

ଗତବର୍ଷ ନଭେମ୍ବରରେ ବିଜେପିରେ ଯୋଗ ଦେଇଥିବା ଅଦିତି ସିଂ ଏକ ସାକ୍ଷାତକାରରେ ଗଣମାଧ୍ୟମକୁ କହିଛନ୍ତି ଯେ ରାୟବେରେଲୀ ଆଉ କଂଗ୍ରେସର ଗଡ଼ ହୋଇ ନାହିଁ, କାରଣ ଏହି ସର୍ବ ପୁରାତନ ଦଳ ଲୋକ ତଥା ସେମାନଙ୍କ ସମସ୍ୟା ପ୍ରତି କେବେ ବି ଧ୍ୟାନ ଦେଇନାହାନ୍ତି। ତାଙ୍କ ପିତାଙ୍କ ବିନା ସାହାଯ୍ୟରେ ଅଦିତି ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ୁଛନ୍ତି। ରାୟବରେଲୀ ସଦରର ପାଞ୍ଚ ପାଞ୍ଚ ଥର ବିଧାୟକ ଥିବା ତାଙ୍କ ପିତା ଅଖିଳେଶ କୁମାର ସିଂହଙ୍କର ୨୦୧୯ରେ ପରଲୋକ ହୋଇଯାଇଛି। ଅଦିତି କହିଛନ୍ତି ଯେ ତାଙ୍କ ପିତାଙ୍କ ଦେହାନ୍ତ ପରେ ରାୟବେରେଲୀର ଲୋକମାନେ ତାଙ୍କ ସହ ଏକ ପରିବାର ପରି ଠିଆ ହୋଇଛନ୍ତି। ଲୋକମାନେ ତାଙ୍କୁ ନିଶ୍ଚିତ ଜିତାଇବେ ବୋଲି ସେ କହିଛନ୍ତି।