ନୂଆଦିଲ୍ଲୀ: ରାଏବରେଲି ହକି ଷ୍ଡାଡିୟମକୁ ଭାରତୀୟ ହକି ଦଳର ଷ୍ଟାର ହକି ଖେଳାଳି ରାଣୀ ରାମପାଲଙ୍କ ନାମରେ ନାମିତ କରାଯାଇଛି। ଏହି ଉପଲବ୍ଧି ପାଇବା ପରେ ରାଣୀ ରାମପାଲ ପ୍ରଥମ ଭାରତୀୟ ମହିଳା ଖେଳାଳି ହାଇଯାଇଛି, ଯାହାଙ୍କ ନାମରେ ହକି ଷ୍ଡାଡିୟମ ନାମିତ ହୋଇଛି। ଏମସିଏଫ ରାଏବରେଲି ହକି ଷ୍ଡାଡିୟମର ନାମ ବଦଳାଇ ‘ରାଣୀ ଗାର୍ଲସ ହକି ଟର୍ଫ’ କରି ଦିଆଯାଇଛି।
ରାଣୀ ତାଙ୍କ ସୋସିଆଲ ହ୍ୟାଣ୍ଡେଲ ଜରିଆରେ ଉକ୍ତ ଷ୍ଡାଡିୟମ ସହିତ ଜଡ଼ିତ କିଛି ଫଟୋ ସେୟାର କରିଛନ୍ତି। ଏହି ଫଟେରେ ରାଣୀ ଖେଳାଳିଙ୍କ ସହିତ କଥା ହେଉଥିବା ନଜରକୁ ଆସିଛନ୍ତି। ଏଥିସହିତ ଅନ୍ୟ ସଦସ୍ୟଙ୍କ ଉପସ୍ଥିତରେ ସେ ଷ୍ଟାଡିୟମ ଉଦଘାଟନ କରୁଥିବା ବି ଦେଖବାକୁ ମିଳୁଛି।
ରାଣୀ ତାଙ୍କ ଟୁଇଟର ହ୍ୟାଣ୍ଡେଲରେ ଲେଖିଛନ୍ତି, ‘ମୁଁ ଆପଣ ସମସ୍ତଙ୍କୁ ଜଣାଇବାକୁ ଚାହୁଁଛି କି ଏମସିଏଫ ରାଏବରେଲି ହକିରେ ମୋର ଯୋଗଦାନକୁ ସମ୍ମାନୀତ କରିବା ପାଇଁ ହକି ଷ୍ଡାଡିୟମ ନାମ ବଦଳାଇ ‘ରାଣୀ ଗାର୍ଲସ ହକି ଟ୍ରଫ’ କରି ଦେଇଛନ୍ତି। ଖୁସି ଓ କୃତଜ୍ଞତା ବ୍ୟକ୍ତ କରିବାକୁ ମୋର ପାଖରେ ଶବ୍ଦ ନାହିଁ।’
ରାଣୀ ରାମପାଲ ଜଣେ ଭାରତୀୟ ଫିଲ୍ଡ ହକି ଖେଳାଳି । ୨୦୧୦ ବିଶ୍ୱକପରେ ସେ ମାତ୍ର ୧୫ ବର୍ଷ ବୟସରେ ଜାତୀୟ ଦଳର ସର୍ବକନିଷ୍ଠ ଖେଳାଳି ଭାବେ ଅଂଶଗ୍ରହଣ କରିଥିଲେ । ୨୦୨୦ରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ । ସେ ନିଜ ଦଳରେ ଫରୁଆର୍ଡ଼ ଖେଳନ୍ତି । ସେ ୨୧୨ଟି ଆନ୍ତର୍ଜାତୀୟ ମ୍ୟାଚ ଖେଳି ୧୩୪ ଗୋଲ ସ୍କୋର ଲାଭ କରିଛନ୍ତି ।