ୟୁପିଏ ସରକାରଙ୍କ ତୁଳନାରେ୧୬ ପ୍ରତିଶତ ଶସ୍ତାରେ ରାଫେଲ୍‌ ଯୁଦ୍ଧ ବିମାନ କିଣିବେ ଏନ୍‌ଡିଏ ସରକାର

ଦେଶକୁ ୧୨୬ଟି ଯୁଦ୍ଧ ବିମାନର ଆବଶ୍ୟକତା ଥିବା ବେଳେ ସରକାର ୩୬ଟି କିଣୁଛନ୍ତିି କାହିଁକି :କଂଗ୍ରେସ

ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନାକୁ ଆହୁରି ସଶକ୍ତ କରାଇବା ପାଇଁ କେନ୍ଦ୍ର ସରକାର ଫ୍ରାନ୍ସଠାରୁ ୩୬ଟି ରାଫେଲ୍‌ ଯୁଦ୍ଧ ବିମାନ କିଣିବା ପାଇଁ ଚୁକ୍ତି କରିଛନ୍ତି। ଏହି ୩୬ଟି ରାଫେଲ୍‌ ଯୁନ୍ଧ ବିମାନ କିଣିବା ପାଇଁ ସରକାର ଫ୍ରାନ୍ସକୁ ୬୦,୦୦୦କୋଟି ଟଙ୍କା ଦେବେ। ତେବେ, ଜାଣିବାକୁ ମିଳିଛି ଯେ ୟୁପିଏ ସରକାର ଯୁଦ୍ଧ ବିମାନ କିଣିବାର ଯୋଜନା କରି ମଧ୍ୟ କିଛି ସମସ୍ୟା ହେତୁ କିଣିପାରି ନ ଥିଲେ। ସେ ସମୟରେ ଏହି ବିମାନ ଯେତେ ଟଙ୍କାରେ କିଣାଯିବ ବୋଲି ସ୍ଥିର ହୋଇଥିଲା ସେ ତୁଳନାରେ ଏନ୍‌ଡିଏ ସରକାର ୧୬ ପ୍ରତିଶତ ଶସ୍ତାରେ କିଣିବାକୁ ଯାଉଛନ୍ତିି।

ଅନ୍ୟପକ୍ଷରେ କଂଗ୍ରେସ ପକ୍ଷରୁ ଦାବି ହୋଇଛି କି ଏହି ବିମାନ ଚୁକ୍ତିରେ ସରକାର ଘୋଟାଲା କରିଛନ୍ତି। ୨୦୦୪ରୁ ୨୦୧୪ ମଧ୍ୟରେ ବିମାନ କିଣିବା ପାଇଁ ଯେତିକି ଅର୍ଥ ରାଶି ଧାର୍ଯ୍ୟ କରାଯାଇଥିଲା ତାହାଠାରୁ ଏବେକାର ପରିମାଣ ଯଥେଷ୍ଟ ଅଧିକ। ଏହାଛଡ଼ା ଦେଶକୁ ୧୨୬ଟି ଯୁଦ୍ଧ ବିମାନର ଆବଶ୍ୟକତା ରହିଥିବା ବେଳେ ସରକାର ଏତେ କମ୍‌ ବିମାନ କିଣିବାକୁ କାହିଁ ଚିନ୍ତା କରିଛନ୍ତିି ବୋଲି କଂଗ୍ରେସ ପକ୍ଷରୁ ପ୍ରଶ୍ନ ଉଠିଛି।

ସମ୍ବନ୍ଧିତ ଖବର