ରାଫେଲ ପୁନର୍ବିଚାର ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ରାଫେଲ ରାୟର ପୁନର୍ବିଚାର ସଂପର୍କିତ ନିଜର ରାୟକୁ ସଂରକ୍ଷିତ ରଖିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । କୋର୍ଟ ଏହା ସହିତ ରାହୁଲ ଗାନ୍ଧିଙ୍କ ବିରୋଧରେ ଚାଲିଥିବା ମାନହାନୀ ମକଦ୍ଦମା ସଂପର୍କିତ ରାୟକୁ ମଧ୍ୟ ସଂରକ୍ଷିତ ରଖିଛନ୍ତି । ଏହାପୂର୍ବରୁ ଆବେଦନକାରୀ ଯଶବନ୍ତ ସିଂ, ଅରୁନ ସୌରୀ ଓ ପ୍ରଶାନ୍ତ ଭୁଷଣ କହିଥିଲେ ଯେ ସରକାର ଅନୁକୂଳ ରାୟ ପାଇବା ପାଇଁ କୋର୍ଟଙ୍କୁ କେତେକ ତଥ୍ୟ ଲୁଚାଇଛନ୍ତି । ତେବେ ଏହାକୁ ଖଣ୍ଡନ କରି ଏଜି କେକେ ଭୋନୁଗୋପାଳ କହିଥିଲେ ଯେ ସରକାର ନିଜର ରେକର୍ଡ ଅନୁସାରେ ତଥ୍ୟ ଦେଇଛନ୍ତି । ଆହୁରି ମଧ୍ୟ ଏହା ଏକ ଡିଫେନ୍ସ ଡିଲ ହୋଇଥିବାରୁ ଏହାକୁ ସର୍ବସାଧାରଣରେ ଆଲୋଚନା କରିବା ଉଚିତ ନୁହେଁ ।

ସୁପ୍ରିମକୋର୍ଟ ଗତ ଡିସେମ୍ବର ୧୪ ତାରିଖରେ ଫ୍ରାନ୍ସରୁ ୩୬ଟି ରାଫେଲ କ୍ରୟ ମାମଲାରେ କୌଣସି ଅନିୟମିତତା ହୋଇନାହିଁ ବୋଲି ରାୟ ଶୁଣାଇଥିଲେ । ଏହା ପୂର୍ବରୁ ହ ହିନ୍ଦୁ ଓ ଏଏନଆଇରେ ପ୍ରକାଶିତ ଚୋରୀ କାଗଜପତ୍ରକୁ ମଧ୍ୟ ପ୍ରମାଣ ଭାବରେ ଗ୍ରହଣ କରିବାକୁ କୋର୍ଟ ରାଜି ହୋଇଥିଲେ ।

ସମ୍ବନ୍ଧିତ ଖବର