୨୦୧୮ରେ ଏନ୍‌ଡିଏ ସରକାର ପାଇଁ ସବୁଠାର ବଡ଼ ସଙ୍କଟ ଥିଲା ରାଫେଲ ଯୁଦ୍ଧ ବିମାନ ଚୁକ୍ତି ବିବାଦ। ରାଫେଲ୍‌ ଚୁକ୍ତି ଉପରେ ତଦନ୍ତ ହେବ ନାହିଁ ବୋଲି ଡିସେମ୍ବରରେ ସୁପ୍ରିମ କୋର୍ଟ ରାୟ ସତ୍ତ୍ବେ ଏହି ବିବାଦ ଥମିବାର ନାମ ଧରୁନି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରାଫେଲକୁ ମୁଖ୍ୟ ପ୍ରସଙ୍ଗ କରି ବିଧାନସଭା ନିର୍ବାଚନରେ ମୋଦୀ ସରକାରଙ୍କୁ ଘେରିଥିଲେ। ରାଫେଲ୍‌ ଚୁକ୍ତିର ଅଫ୍‌ସେଟ୍‌ ନିର୍ଦ୍ଦେଶାବଳିକୁ ବଦଳାଯିବା ଉପରେ ସୁପ୍ରିମ୍‌ କୋର୍ଟ ପ୍ରଶ୍ନ ଉଠାଇଥିଲେ ମଧ୍ୟ ସରକାରଙ୍କ କାର୍ଯ୍ୟ ପ୍ରକ୍ରିୟାକୁ ସନ୍ଦେହର ଊର୍ଦ୍ଧ୍ବରେ ରଖିଥିଲେ।

କରୁଣାନିଧିଙ୍କ ବିଦାୟ

Advertisment

publive-image

ତାମିଲନାଡ଼ୁ ରାଜନୀତିର ପିତାମହ ଭୀଷ୍ମ ଭାବେ ପରିଚିତ ଏମ୍‌. କରୁଣାନିଧିଙ୍କ ଅଗଷ୍ଟ ୭ ତାରିଖରେ ପରଲୋକ ଘଟିଥିଲା। ତାମିଲନାଡ଼ୁର ୫ ଥର ମୁଖ୍ୟମନ୍ତ୍ରୀ ହୋଇଥିବା କରୁଣାନିଧିଙ୍କ ରାଜନୈତିକ ଜୀବନ ବହୁ ଉତ୍‌ଥାନ ପତନ ଦେଇ ଗତି କରିଥିଲା। କରୁଣାନିଧି ତାମିଲ ରାଜନୀତିରେ ଏକ ସ୍ବତନ୍ତ୍ର ଛାପ ଛାଡ଼ି ଯାଇଛନ୍ତି।

ଅଯୋଧ୍ୟା ଜମି ବିବାଦ

publive-image

ବହୁଚର୍ଚ୍ଚିତ ଅଯୋଧ୍ୟା ଜମି ବିବାଦ ମାମଲା ୨୦୧୮ରେ ନୂଆ ‌େମାଡ଼ ନେଇଛି। ଶୁଣାଣିକୁ ସୁପ୍ରିମ୍‌ କୋର୍ଟ ଆସନ୍ତା ଜାନୁଆରି ପ୍ରଥମ ସପ୍ତାହକୁ ଘୁଞ୍ଚାଇ ଦେବାପରେ ଏହାକୁ ନେଇ ସରଗରମ ରାଜନୀତି ଚାଲିଛି। ଜାନୁଆରିରେ ନୂଆ ଖଣ୍ଡପୀଠ ଗଠନ ହେବା ପରେ ନୂଆ ଖଣ୍ଡପୀଠ ହିଁ ଅଯୋଧ୍ୟା ମାମଲା ଶୁଣାଣି ପାଇଁ ତାରିଖ ସ୍ଥିର କରିବେ। ତେବେ ଏହି ଶୁଣାଣି ଜାନୁଆରି, ଫେବ୍ରୁଆରି କିମ୍ବା ମାର୍ଚ୍ଚରେ ଆରମ୍ଭ ହୋଇପାରେ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ନେତୃତ୍ବାଧୀନ ତିନିଜଣିଆ ଖଣ୍ଡପୀଠ କହିଥିଲେ। ୨୦୧୯ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ୟୁପି ସରକାର ଆଗୁଆ ଅଯୋଧ୍ୟା ମାମଲାର ଶୁଣାଣି ପାଇଁ ଚାହୁଥି‌େଲ। ‌େସପ୍ଟେମ୍ବର ୨୭ରେ ଅଯୋଧ୍ୟା ଜମି ମାମଲାରେ ସୁପ୍ରିମ୍ କୋର୍ଟ ପୂର୍ବ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ଖଣ୍ଡପୀଠ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଥିଲେ।