ରାଫେଲ ବିମାନର ମୂଲ୍ୟ ଏକ ରାଷ୍ଟ୍ରୀୟ ରହସ୍ୟ: ରାହୁଲ

ନୂଆଦିଲ୍ଲୀ : ରାଫେଲ ଯୁଦ୍ଧ ବିମାନର କ୍ରୟ ଚୁକ୍ତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଲଗାତାର ଟାର୍ଗେଟ୍‌ କରୁଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି କହିଛନ୍ତି ଯେ ରାଫେଲ ବିମାନର ମୂଲ୍ୟ ଏବେ ଏକ ରାଷ୍ଟ୍ରୀୟ ରହସ୍ୟ ହୋଇଯାଇଛି। ସରକାର ସୁପ୍ରିମ୍‌ କୋର୍ଟଙ୍କୁ ମଧ୍ୟ ରାଫେଲ ଯୁଦ୍ଧ ବିମାନର ମୂଲ୍ୟ ବାବଦରେ ଜଣାଇବାକୁ ଚାହୁନାହାନ୍ତି। ତେଣୁ ଏହାଠରୁ ବଡ଼ ରହସ୍ୟ ଆଉ କ’ଣ ଅଛି ବୋଲି ରାହୁଲ ପ୍ରଶ୍ନ କରିଛନ୍ତି। ରାଫେଲ ନିର୍ମାତା, ପ୍ରତିରକ୍ଷା ମନ୍ତ୍ରାଳୟ, ବିଭିନ୍ନ ଅଧିକାରୀ ଏବଂ ଅନେକ ସାମ୍ବାଦିକ ଏ ସଂପର୍କରେ ଅବଗତ ଥିବା ବେଳେ ସରକାର ତଥ୍ୟ ପ୍ରଘଟ ନ କରିବା ମାମଲାକୁ ଅଧିକ ରହସ୍ୟମୟ କରିଛି ବୋଲି ରାହୁଲ କହିଛନ୍ତି।

ସମ୍ବନ୍ଧିତ ଖବର