କରୋନା ମହାମାରୀ ପ୍ରଭାବ : ମେ ନୁହେଁ, ଜୁଲାଇରେ ଭାରତ ଆସିବ ୪ଟି ରାଫେଲ ବିମାନ

ନୂଆଦିଲ୍ଲୀ : କରୋନା ମହାମାରୀ ଯୋଗୁଁ ଭାରତକୁ ରଫେଲ ବିମାନ ଯୋଗାଣରେ ପ୍ରାୟ ଦୁଇ ମାସ ବିଳମ୍ବ ହେବାର ଆଶଙ୍କା ଦେଖାଦେଇଛି । ଫ୍ରାନ୍ସରେ ଲକଡାଉନ ଜାରି ହୋଇଥିବାରୁ ଡାସାଲ୍ଟ ଆଭିଏସନ ବନ୍ଦ ବନ୍ଦ ରହିଛି । ଏହା ଯୋଗୁଁ ମେ ମାସରେ ଭାରତକୁ ଆସିବାକୁ ଥିବା ରାଫେଲର ଯୋଗାଣ ଜୁଲାଇରେ ହୋଇପାରେ ବୋଲି ଜାତୀୟ ସ୍ତରର ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ।
କରୋନା ଭାଇରସ ଯୋଗୁଁ ଫ୍ରାନ୍ସରେ ଆସନ୍ତା ମେ ୧୧ ପର୍ଯନ୍ତ ଲକଡାଉନ ଘୋଷଣା ହୋଇଛି । ଏହା ପରେ ହିଁ କାରଖାନା ଖୋଲିଲେ ଉତ୍ପାଦନ ଆରମ୍ଭ ହେବ ।
ଗତ ମାସରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ କହିଥିଲେ ଯେ ମେ ମାସ ଶେଷ ସପ୍ତାହ ସୁଦ୍ଧା ଭାରତରେ ୪ଟି ରାଫେଲ ବିମାନ ପହଞ୍ଚିବ । ପ୍ରତି ୪୫ ଦିନରେ ଗୋଟିଏ ଲେଖାଏଁ ରାଫେଲ ବିମାନ ପହଞ୍ଚିବ ଓ ଆସନ୍ତା ୨୦୨୨ ସୁଦ୍ଧା ସମସ୍ତ ୩୬ଟି ରାଫେଲ ବିମାନ ଭାରତୀୟ ବାୟୁସେନା ହାତକୁ ଆସିଯାଇଥିବ ବୋଲି ସେ କହିଥିଲେ ।
ଭାରତ ସରକାର ୨୦୧୬ରେ ୩୬ଟି ରାଫେଲ ବିମାନ ଯୋଗାଇବା ପାଇଁ ୫୯ ହଜାର କୋଟି ଟଙ୍କାର ଏକ ଚୁକ୍ତି କରିଥିଲେ । ଏହି ଚୁକ୍ତି ସିଧାସଳଖ ଫ୍ରାନ୍ସ ସରକାରଙ୍କ ସହ ହୋଇଥିଲା । ବାୟୁସେନା ଗତ ଅକ୍ଟୋବର ୮ରେ ପ୍ରଥମ ରାଫେଲ ବିମାନ ପାଇଥିଲା । ପ୍ରତିରକ୍ଷା ମନ୍ତ୍ରୀ ପ୍ୟାରିସ ଯାଇ ଏହାକୁ ଗ୍ରହଣ କରିଥିଲେ । ଏହି ଯୁଦ୍ଧ ବିମାନ ଆସିବା ପରେ ଭାରତୀୟ ବାୟୁସେନାର ଶକ୍ତି ବହୁଗୁଣିତ ହେବା ଆଶା କରାଯାଉଛି ।

ସମ୍ବନ୍ଧିତ ଖବର