ପହଲଗାମ୍: ପହଲଗାମର ପ୍ରତିଶୋଧ ପାଇଁ ପ୍ରସ୍ତୁତ ହେଉଛି ଭାରତ। ହାଇ ଆର୍ଲଟରେ ରହିଛି ବାୟୁସେନା । ଆକ୍ରମଣ ପାଇଁ ପ୍ରସ୍ତୁତ ରହିଛି ଫ୍ରାନ୍ସରୁ ଆସିଥିବା ରାଫେଲ୍ ଯୁଦ୍ଧବିମାନ । ଗତକାଲି ରାତିରେ ପଞ୍ଜାବରେ ବ୍ଲାକ୍ଆଉଟ୍ ଅପରେସନ କରିଛି ସେନା । ଅର୍ଥାତ୍ ୨୦୧୯ ସର୍ଜିକାଲ ଷ୍ଟ୍ରାଇକ୍ ଭଳି ଭାରତ ପାକିସ୍ତାନରେ ଥିବା ଆତଙ୍କୀ ଆଡ୍ଡା ଉପରେ ରାତିରେ ଆକ୍ରମଣ କରିପାରେ ବୋଲି କୁହାଯାଉଛି ।
ଆକ୍ରମଣ ପାଇଁ ପ୍ରସ୍ତୁତ ରହିଛି ରାଫେଲ ଯୁଦ୍ଧବିମାନ । ରାଫେଲରେ ଆକ୍ରମଣ ପାଇଁ ରହିଛି ବିକଶିତ ଟେକ୍ନୋଲୋଜି । ଆକାଶରୁ ସ୍ଥଳ ୩୦୦ କିମି ଦୂର ଲକ୍ଷ୍ୟ ଭେଦି ପାରିବ ରାଫେଲ । ଆକାଶରୁ ଆକାଶ ୧୨୦ରୁ ୧୫୦ କିମି ଦୂରରେ ଆକ୍ରମଣ କରିପାରିବ । ଏହାକୁ ନେଇ ମୋଦୀଙ୍କ ସହ କଥା ହୋଇଛନ୍ତି ବାୟୁସେନା ମୁଖ୍ୟ । ଆତଙ୍କୀ ରାଷ୍ଟ୍ର ବିରୋଧରେ ସବୁ ପ୍ରକାରର ଆକ୍ରମଣ ପାଇଁ ପ୍ରସ୍ତୁତି କରୁଛି ଭାରତ । ଏବେ ରାତିରେ ଆକ୍ରମଣ ପାଇଁ ଭାରତ ପ୍ରସ୍ତୁତି କରୁଥିବା ଚର୍ଚ୍ଚା ହେଉଛି । କାରଣ ଗତକାଲି ପଞ୍ଜାବରେ ବ୍ଲାକଆଉଟ୍ ରିହର୍ସାଲ କରାଯାଇଛି।
India and France sign mega Rs 63,000 crore deal for buying 26 Rafale Marine Aircraft for Indian Navy
— Republic (@republic) April 28, 2025
The Indian side was represented by Defence Secretary Rajesh Kumar Singh along with Indian Navy Vice Chief Vice Admiral K Swaminathan
Tune in to LIVE TV for all the fastest… pic.twitter.com/QJxBIIy7OA
ଫିରୋଜପୁର କ୍ୟାଣ୍ଟନମେଣ୍ଟ ଅଞ୍ଚଳରେ ୩୦ ମିନିଟର ରିହର୍ସାଲ କରିଥିଲା ବାୟୁସେନା । ଏହି ମକ୍ଡ୍ରିଲ୍ ସମୟରେ ସମ୍ପୂର୍ଣ୍ଣ ଅନ୍ଧାର ରହିଥିଲା ପୂରା ଅଞ୍ଚଳ । ମକ୍ଡ୍ରିଲ୍ ପାଇଁ ଲୋକଙ୍କୁ ଜେନେରେଟର ଓ ଇନଭର୍ଟର ବନ୍ଦ କରିବାକୁ କୁହାଯାଇଥିଲା । ଯେକୌଣସି ପ୍ରତିକୂଳ ପରିସ୍ଥିତିରେ ତିନି ସେନାକୁ ପୂରା କ୍ଷମତା ପ୍ରଦାନ କରିଛନ୍ତି ଭାରତ ସରକାର । ୨୦୧୯ ସର୍ଜିକାଲ ଷ୍ଟ୍ରାଇକ୍ ଭଳି ଭାରତ ଆକ୍ରମଣ କରିପାରେ । ବିଶେଷ କରି ପାକିସ୍ତାନରେ ଥିବା ଆତଙ୍କୀ ଆଡ୍ଡା ଉପରେ ରାତିରେ ଆକ୍ରମଣ କରିପାରେ ଭାରତ । କାରଣ ଲଗାତାର ୧୧ ଦିନ ଧରି ଏଲ୍ଓସିରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରୁଛି ପାକିସ୍ତାନ ।