ରାଫେଲର ଲଢେଇ କ୍ଷମତା ଚୀନ ଓ ପାକିସ୍ତାନ ବିମାନଠାରୁ ଅଧିକ : ପୂର୍ବତନ ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ : ରାଫେଲ ବିମାନ ଭାରତୀୟ ବାୟୁସେନା ହାତକୁ ଆସିବା ପରେ ଏହାର ଶକ୍ତି ବହୁଗୁଣିତ ହୋଇଯିବ । ଏହି ବିମାନର ଜବାବ ଭାରତର ଦୁଇ ପ୍ରମୁଖ ବିରୋଧୀ ପାକିସ୍ତାନ ଓ ଚୀନ ପାଖରେ ନାହିଁ । କାରଣ ପାକିସ୍ତାନ ଓ ଚୀନ ଯେଉଁ ବିମାନ ବ୍ୟବହାର କରୁଛନ୍ତି ରାଫେଲ ସେଗୁଡ଼ିକଠାରୁ ପ୍ରାୟ ୦.୫ ପିଢି ଆଗୁଆ ବୋଲି କହିଛନ୍ତି ପୂର୍ବତନ ବାୟୁସେନା ମୁଖ୍ୟ ବିଏସ ଧନୋଆ ।

NDTV.com

ସେ କହିଛନ୍ତି ଗତ ବର୍ଷ ଫେବ୍ରୁଆରି ୨୭ରେ ଭାରତ ଓ ପାକିସ୍ତାନ ବାୟୁସେନା ସହ ହୋଇଥିବା ମୁହାଁମୁହିଁ ମୁକାବିଲା ବେଳେ ଭାରତ ଏକ ଅପେକ୍ଷାକୃତ କମ କ୍ଷମତାସଂପନ୍ନ ଲଢୁଆ ବିମାନ ବ୍ୟବହାର କରୁଥିଲା । କିନ୍ତୁ ଯଦି ରାଫେଲ ଥାନ୍ତା ତେବେ ସ୍ଥିତି ଅଲଗା ପ୍ରକାରର ହୋଇଥାନ୍ତା । କାରଣ ରାଫେଲର ମାରକ ରେଞ୍ଜ ଓ କ୍ଷମତା ବେଶ ଅଧିକ । ଏହାକୁ ପାକିସ୍ତାନର ଏଫ-୧୬ ମୁକାବିଲା କରିପାରିବ ନାହିଁ ।

ଭାରତ ସରକାର ୨୦୧୬ରେ ୩୬ଟି ରାଫେଲ ବିମାନ ଯୋଗାଇବା ପାଇଁ ୫୯ ହଜାର କୋଟି ଟଙ୍କାର ଏକ ଚୁକ୍ତି କରିଥିଲେ । ଏହି ଚୁକ୍ତି ସିଧାସଳଖ ଫ୍ରାନ୍ସ ସରକାରଙ୍କ ସହ ହୋଇଥିଲା । ବାୟୁସେନା ଗତ ଅକ୍ଟୋବର ୮ରେ ପ୍ରଥମ ରାଫେଲ ବିମାନ ପାଇଥିଲା । ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ପ୍ୟାରିସ ଯାଇ ଏହାକୁ ଗ୍ରହଣ କରିଥିଲେ । ଆସନ୍ତା ୨୦୨୨ ସୁଦ୍ଧା ସମସ୍ତ ୩୬ଟି ରାଫେଲ ବିମାନ ଭାରତୀୟ ବାୟୁସେନା ହାତକୁ ଆସିଯାଇଥିବ ।

ସମ୍ବନ୍ଧିତ ଖବର