ସେପ୍ଟେମ୍ବର ୨୦ରେ ଭାରତକୁ ମିଳିବ ପ୍ରଥମ ରାଫେଲ

ନୂଆଦିଲ୍ଲୀ : ଆଗାମୀ ସେପ୍‌ଟେମ୍ବର ୨୦ ତାରିଖ ଦିନ ଭାରତୀୟ ବାୟୁସେନାକୁ ପ୍ରଥମ ଅତ୍ୟାଧୁନିକ ଲଢ଼ୁଆ ଯୁଦ୍ଧ ବିମାନ ରାଫେଲ ମିଳିବ। ବାୟୁସେନା ମୁଖ୍ୟ ବିଏସ୍‌ ଧନୋଆ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଫ୍ରାନ୍ସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଥମ ରାଫେଲ ଆନୁଷ୍ଠାନିକ ଭାବେ ଗ୍ରହଣ କରିବେ। ଫ୍ରାନ୍ସ ସରକାରଙ୍କ ପକ୍ଷରୁ ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଭାରତୀୟ ବାୟୁସେନା ୨୪ ଜଣ ପାଇଲଟ୍‌ଙ୍କୁ ରାଫେଲ ଯୁଦ୍ଧ ବିମାନ ଚଳାଇବା ପାଇଁ ତାଲିମ ପ୍ରଦାନ କରୁଛି ଏବଂ ଆସନ୍ତା ବର୍ଷ ମେ ସୁଦ୍ଧା ଏହି ପ୍ରକ୍ରିୟା ସଂପୂର୍ଣ୍ଣ ହେବ। ସେପ୍‌ଟେମ୍ବର ୨୦୧୬ରେ ଭାରତ ସରକାର ୩୬ଟି ରାଫେଲ ଯୁଦ୍ଧ ବିମାନ କ୍ରୟ ପାଇଁ ଫ୍ରାନ୍ସ ସରକାର ଏବଂ ଡାସଲ୍‌ଟ ଏଭିଏସନ ସହିତ ଚୁକ୍ତି କରିଥିଲେ। ଦେଶର ପୂର୍ବ ଏବଂ ପଶ୍ଚିମ ସୀମାରେ ଏହି ଯୁଦ୍ଧ ବିମାନ ମୁତୟନ ହେବ।

ସମ୍ବନ୍ଧିତ ଖବର