ଏପ୍ରିଲ ୨୦୨୨ ସୁଦ୍ଧା ଭାରତକୁ ମିଳିଯିବ ସମସ୍ତ ରାଫେଲ: ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସୋମବାର ଦିନ ରାଜ୍ୟସଭାରେ କହିଛନ୍ତି ଯେ ଫ୍ରାନ୍ସରୁ କିଣାଯାଇଥିବା ସମସ୍ତ ରାଫେଲ ଯୁଦ୍ଧ ବିମାନ ଏପ୍ରିଲ ୨୦୨୨ ସୁଦ୍ଧା ଭାରତୀୟ ବାୟୁସେନାରେ ସାମିଲ ହେବ । ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ବାୟୁସେନାରେ ସମୁଦାୟ ୧୭ ଟି ରାଫେଲ ଦେଖିବାକୁ ମିଳିବ |

ସୋମବାର ପ୍ରତିରକ୍ଷା ମନ୍ତ୍ରୀ ରାଜ୍ୟସଭାରେ କହିଛନ୍ତି ଯେ ଏପର୍ଯ୍ୟନ୍ତ ୧୧ ଟି ରାଫେଲ ବିମାନ ଆସିଛି। ମାର୍ଚ୍ଚ ସୁଦ୍ଧା ଆଉ ୬ଟି ବିମାନ ପହଞ୍ଚିବା ପରେ ବାୟୁସେନାରେ ରାଫେଲ ସଂଖ୍ୟା ୧୭କୁ ବୃଦ୍ଧି ପାଇବ | ଏପ୍ରିଲ୍ ୨୦୨୨ ସୁଦ୍ଧା, ଆମର ସମସ୍ତ ରାଫେଲ ଭାରତକୁ ଆସିଯିବ | ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ରାଜ୍ୟସଭାକୁ କହିଛନ୍ତି ଯେ ଗତ ବର୍ଷ ସେପ୍ଟେମ୍ବର ୧୦ରେ ରାଫେଲ ବିମାନର ପ୍ରଥମ ବ୍ୟାଚ୍ ବାୟୁସେନାରେ ସାମିଲ କରିବା ପାଇଁ ମୋଟ ୪୧ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି।

ଏହି ଖର୍ଚ୍ଚରେ ୯.୧୮ ଲକ୍ଷ ଟଙ୍କା ଜିଏସଟି ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି | ବାୟୁସେନାର ଅମ୍ବାଲା ଏୟାର ବେସରେ ଏହି କାର୍ଯ୍ୟକ୍ରମରେ ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲୀ ଏବଂ ବିମାନ ନିର୍ମାଣକାରୀ କମ୍ପାନୀର ବରିଷ୍ଠ ଅଧିକାରୀ ତଥା ବିଶେଷଜ୍ଞମାନେ ମଧ୍ୟ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର