ନୂଆଦିଲ୍ଲୀ: ଫ୍ରାନ୍ସ୍ର ପାରିସ୍ରେ ଥିବା ଭାରତର ରାଫେଲ୍ ଲଢୁଆ ବିମାନ ନିର୍ମାଣ ପ୍ରକଳ୍ପ କାର୍ଯ୍ୟାଳୟରେ କିଛି ସନ୍ଦିଗ୍ଧ ବ୍ୟକ୍ତି ପ୍ରବେଶ କରି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚୋରି କରିବାକୁ ଉଦ୍ୟମ କରିଥିବା ଖବର ସାମ୍ନାକୁ ଆସିଛି।
ଭାରତୀୟ ବାୟୁସେନା ଅଧିକାରୀଙ୍କ ସୂଚନା ଅନୁଯାୟୀ, ପାରିସ୍ ଉପକଣ୍ଠରେ ଥିବା ଭାରତର ରାଫେଲ୍ ଲଢୁଆ ବିମାନ ନିର୍ମାଣ ପ୍ରକଳ୍ପ ପରିଚାଳନା କାର୍ଯ୍ୟାଳୟରେ ଚୋରି ଉଦ୍ୟମ ହୋଇଛି। ଏଥିରେ କୌଣସି ହାର୍ଡ-ଡିସ୍କ ଏବଂ ଦସ୍ତାବିଜ ଚୋରି ହୋଇନଥିଲେ ମଧ୍ୟ ଏହି ଚୋରି ଉଦ୍ୟମକୁ ନେଇ ଅଧିକ ଅନୁସନ୍ଧାନ ଚାଲିଛି ବୋଲି ବାୟୁସେନା ଅଧିକାରୀ ସୂଚନା ଦେଇଛନ୍ତି। ଉକ୍ତ କାର୍ଯ୍ୟାଳୟର ତାଲା ଭାଙ୍ଗି କିଛି ଦୁର୍ବୃତ୍ତ ପଶିବା ପରେ ଫାଇଲ୍ ଅାଲମିରା ମଧ୍ୟ ଭାଙ୍ଗିଥିବା ଜଣାପଡ଼ିଛି। କାର୍ଯ୍ୟାଳୟ ଭିତରେ ଭଙ୍ଗାରୁଜା ପଛରେ ରାଫେଲ୍ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ଚୋରି ହିଁ ମୁଖ୍ୟ ଉଦ୍ଦେଶ୍ୟ ଥିଲା ବୋଲି କୁହାଯାଇଛି। କରିବାକୁ ଉଦ୍ୟମ କରିଥିବା କୁହାଯାଉଛି। ଏହି ଘଟଣା ବିଷୟରେ ଭାରତ ପ୍ରତିରକ୍ଷା ମନ୍ତ୍ରାଳୟକୁ ଜଣାଇ ଦିଆଯାଇଛି ବୋଲି ସମ୍ପୃକ୍ତ ଅଧିକାରୀମାନେ ସୂଚନା ଦେଇଛନ୍ତି। ତେବେ ଏନେଇ ଭାରତର ପ୍ରତିରକ୍ଷା ମନ୍ତ୍ରାଳୟ, ଭାରତୀୟ ବାୟୁସେନା ଏବଂ ଫ୍ରାନ୍ସ୍ ରାଷ୍ଟ୍ରଦୂତଙ୍କ କାର୍ଯ୍ୟାଳୟ ତରଫରୁ କୌଣସି ମନ୍ତବ୍ୟ ଦିଆଯାଇନାହିଁ। ସେଣ୍ଟ୍ କ୍ଲାଉଡ଼୍ସ୍ଥିତ ଗୋଟିଏ କୋଠାରେ ଏହି କାର୍ଯ୍ୟାଳୟ ଥିବା ବେଳେ ସେଠାରେ ଭାରତର ଜଣେ ଗ୍ରୁପ୍ କ୍ୟାପଟେନ୍ ଏହାର ତଦାରଖ ଦାୟିତ୍ବରେ ନିୟୋଜିତ ହୋଇଛନ୍ତି। ଉକ୍ତ ଅଧିକାରୀଜଣକ ରାଫେଲ୍ ବିମାନ ନିର୍ମାଣର ଅଗ୍ରଗତି, ନିର୍ମାଣ ସମୟ, କର୍ମଚାରୀଙ୍କ ପ୍ରଶିକ୍ଷଣ ବିଷୟରେ ତଦାରଖ କରିବା ସହିତ ବିମାନ ଉଡ଼ାଣର ପ୍ରଶିକ୍ଷଣ ମଧ୍ୟ ନେଉଛନ୍ତି। ୨୦୧୬ରେ ଭାରତ ଫ୍ରାନ୍ସ୍ ସହ ୩୬ଟି ରାଫେଲ୍ ଲଢୁଆ ବିମାନ ପାଇଁ ୫୯,୮୦୦ କୋଟି ଟଙ୍କାର ପ୍ରକଳ୍ପର ଚୁକ୍ତି ସ୍ବାକ୍ଷର କରିଥିଲା। ଏହି ରାଫେଲ୍ ଲଢୁଆ ବିମାନ ଚୁକ୍ତିକୁ ନେଇ ଭାରତରେ ବିବାଦ ସୃଷ୍ଟି ହୋଇ ମାମଲା କୋର୍ଟରେ ବିଚାରାଧୀନ ରହିଛି। ଏଭଳି ସ୍ଥିତିରେ ଚୋରି ଉଦ୍ୟମ ଘଟଣା ମାମଲାକୁ ଅଧିକ ଜଟିଳ କରିଦେବା ସମ୍ଭାବନ ରହିଛି।
ଫ୍ରାନ୍ସସ୍ଥିତ ଭାରତର ରାଫେଲ୍ କାର୍ଯ୍ୟାଳୟରୁ ଚୋରି ଉଦ୍ୟମ
/sambad/media/post_attachments/wp-content/uploads/2019/05/rafale_jet_0.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)