‘ଚେଙ୍ଗ୍‌ଡୁ ଜେ-୨୦’ ଲଢୁଆ ଜେଟ୍‌ ସହ ‘ରାଫେଲ୍’ ତୁଳନୀୟ ନୁହେଁ ବୋଲି ଚୀନ୍‌ କରିଥିବା ଦାବିକୁ ଖଣ୍ଡନ କଲେ ପୂର୍ବତନ ବାୟୁସେନା ମୁଖ୍ୟ ବିଏସ୍‌ ଧାନ୍‌ୱା

ନୂଆଦିଲ୍ଲୀ: ‘ଚେଙ୍ଗ୍‌ଡୁ ଜେ-୨୦’ ଲଢୁଆ ଜେଟ୍‌ ସାଙ୍ଗରେ ଭାରତୀୟ ବାୟୁସେନାର ରାଫେଲ୍ ସରି ହେବନାହିଁ ବୋଲି ଚୀନ୍ କରିଥିବା ଦାବିକୁ ଭାରତର ପୂର୍ବତନ ବାୟୁସେନା ମୁଖ୍ୟ ବିଏସ୍‌ ଧାନୱା ଶୁକ୍ରବାର ଦିନ ଅଗ୍ରାହ୍ୟ କରି କହିଛନ୍ତି। ସେ କହିଛନ୍ତି ଯେ, ଜେ-୨୦ ଯଦି ୫-ଜି ଗୁପ୍ତ ଲଢୁଆ ବିମାନ ହୋଇଥାଆନ୍ତା, ତେବେ ସେଥିରେ ‘କାନାର୍ଡ’ (ଏକ ପ୍ରକାର ଡେଣା) ନ ଥାଆନ୍ତା ଏବଂ ତାହାର ସୁପରକ୍ରୁଜ୍ କ୍ଷମତା (ବେଗ) ଥାଆନ୍ତା। ତେଣୁ, ଚୀନ୍‌ର ‌ଏ ଦାବି ମିଥ୍ୟା।

ସହଜରେ ରାଡା‌ର୍‌ରେ ଧରା ପଡୁ ନ ଥିବା ‘ପିପୁଲ୍ସ୍‌ ଲିବରେସନ୍ ଆର୍ମି ଏୟାର୍‌ ଫୋର୍ସ’ର ‘ଚେଙ୍ଗ୍‌ଡୁ ଜେ-୨୦’ ଏକ ୫-ଜି ଲଢୁଆ ଜେଟ୍‌ ବୋଲି ଚୀନ୍ ଦାବି କରୁଥିବା ବେଳେ ରାଷ୍ଟ୍ରାୟତ ଗଣମାଧ୍ୟମ ‘ଗ୍ଲୋବାଲ୍ ଟାଇମ୍ସ୍‌’ ଏହାକୁ ୪-ଜି କହିବା ସହ ଫ୍ରାନ୍ ନିର୍ମିତ ୪. ୫-ଜି ରାଫେଲ୍ ଏହାର ସରି ହେବନାହିଁ ବୋଲି କହିଛି।

Image Courtesy of Hindustan Times

ଚୀନ୍ ସାମରିକ ବିଶେଷଜ୍ଞ ଝଙ୍ଗ୍ ଜୁଏଫେଙ୍ଗ୍‌ଙ୍କ କଥାକୁ ଉଦ୍ଧାର କରି ‌‘ଗ୍ଲୋବାଲ୍ ଟାଇମ୍ସ’ ଲେଖିଛି, ଲଢ଼େଇ ପ୍ରଦର୍ଶନରେ ରାଫେଲ୍ ସୁଖୋଇ ସୁ-୩୦ ଏମ୍‌କେଆଇ ଠାରୁ କିଛି ମାତ୍ରାରେ ଉନ୍ନତ କିନ୍ତୁ, ମୂଳତଃ ତାହା ‘୩-ଜି’ ବିମାନ। ଝଙ୍ଗ୍ ଜୁଏଫେଙ୍ଗ୍‌ ଆହୁରି ମଧ୍ୟ ଦାବି କରିଛନ୍ତି ଯେ, ବୈଷୟିକ କ୍ଷେତ୍ରରେ ରାଫେଲ୍ ସୁ-୩୦ ଠାରୁ ଗୋଟିଏ ପିଢ଼ି ଅଗ୍ରଣୀ ମାତ୍ର। ସୁତରାଂ ଏଥିରେ କୌଣସି ଉଲ୍ଲେଖନୀୟ ପରିବର୍ତ୍ତନ ଘଟିନାହିଁ।

ଗ୍ଲୋବାଲ୍ ଟାଇମ୍‌ସ୍‌ ପୁଣି ଲେଖିଛି ଯେ, ରାଫେଲ୍ ଅନ୍ୟ ଦେଶମାନେ ବ୍ୟବହାର କରୁଥିବା ଯେକୌଣସି ୩+ଜି ଲଢୁଆ ଜେଟ୍‌ ସହ ତୁଳନୀୟ, କିନ୍ତୁ ଏହା ଦ୍ବାରା ରାଡାରରେ ଧରା ଦେଉ ନ ଥିବା କୌଣସି ୪-ଜି ଲଢୁଆ ବିମାନ ସହ ମୁକାବିଲା କରିବା କଷ୍ଟକର।

 

ସମ୍ବନ୍ଧିତ ଖବର