ରାଫେଲ ବିମାନରେ ଲାଗିବ ଏହି ମାରାତ୍ମକ ମିସାଇଲ, ଚୀନ ଓ ପାକିସ୍ତାନ ପାଖରେ ନାହିଁ ଏହାର ଜବାବ

ନୂଆଦିଲ୍ଲୀ : ଆସନ୍ତା ବର୍ଷ ଭାରତକୁ ଆସିବ ବହୁଚର୍ଚ୍ଚିତ ରାଫେଲ ବିମାନ । ଗତ ଅକ୍ଟୋବର ମାସରେ ପ୍ରଥମ ରାଫେଲ ବିମାନ ଭାରତୀୟ ବାୟୁସେନାକୁ ହସ୍ତାନ୍ତର ହୋଇଥିଲେ ମଧ୍ୟ ତାହା ଆସନ୍ତା ବର୍ଷ ଭାରତକୁ ଆସିବ । ଏବେ ଭାରତୀୟ ବାୟୁସେନାର କିଛି ବଛା ବଛା ପାଇଲଟ ପ୍ୟାରିସରେ ରହି ରାଫେଲ ଚାଳନା ଶିଖୁଛନ୍ତି । ତେବେ ରାଫେଲ ବିମାନରେ କେତେକ ଶକ୍ତିଶାଳୀ ଅସ୍ତ୍ର ଖଞ୍ଜିବାକୁ ଭାରତ ଫ୍ରାନ୍ସକୁ କହିଛି । ଏହା ମଧ୍ୟରେ ରହିଛି ଅତ୍ୟାଧୁନିକ ମେଟେର ଏୟାର-ଟୁ-ଏୟାର ମିସାଇଲ ।

The Hindu Business Line

ଏହି ଏୟାର-ଟୁ-ଏୟାର କ୍ଷେପଣାସ୍ତ୍ରର ମାରକ ରେଞ୍ଜ୍‌ ୧୨୦ରୁ ୧୫୦ କିଲୋମିଟର । ଆକାଶ ମାର୍ଗରେ ଏହି ମିସାଇଲର ଜବାବ ଉଭୟ ପାକିସ୍ତାନ ଓ ଚୀନ ପାଖରେ ନାହିଁ । ପାକିସ୍ତାନ ବ୍ୟବହାର କରୁଥିବା ଏଫ-୧୬ ବିମାନରେ ଆମେରିକା ନିର୍ମିତ ଆମରାମ ମିସାଇଲ ଲାଗିଛି, ଏହାର ରେଞ୍ଜ ୧୦୦ କିଲୋମିଟର । ଆସନ୍ତା ବର୍ଷ ଆସିବାକୁ ଥିବା ୪ଟି ରାଫେଲ ବିମାନ ସହ ୮-୧୦ଟି ମେଟେର ମିସାଇଲ ପ୍ରଦାନ କରିବାକୁ ଭାରତ ଅର୍ଡର ଦେଇଛି ।
ଭାରତ ଗତ ଅକ୍ଟୋବର ୮ରେ ପ୍ରଥମ ରାଫେଲ ବିମାନ ପାଇଥିଲା । ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ପ୍ୟାରିସ ଯାଇ ଏହାକୁ ଗ୍ରହଣ କରିଥିଲେ । ଆସନ୍ତା ୨୦୨୨ ସୁଦ୍ଧା ସମସ୍ତ ୩୬ଟି ରାଫେଲ ବିମାନ ଭାରତୀୟ ବାୟୁସେନା ହାତକୁ ଆସିଯାଇଥିବ ।

ସମ୍ବନ୍ଧିତ ଖବର