ନୂଆଦିଲ୍ଲୀ: ନିର୍ବାଚନୀ ଋତୁରେ ଏବେ ରାଫେଲ ଯୁଦ୍ଧ ବିମାନ ପ୍ରସଙ୍ଗକୁ ନେଇ ରାଜନୀତି ପୁଣି ସରଗରମ ହୋଇଉଠିଛି। ପ୍ରଥମ ପର୍ଯ୍ୟାୟ ମତଦାନର ଗୋଟିଏ ଦିନ ପୂର୍ବରୁ ଆଜି ସୁପ୍ରିମ୍ କୋର୍ଟ ଲିକ୍ ଦସ୍ତାବିଜକୁ ପ୍ରମାଣ ଭାବେ ଗ୍ରହଣ କରିବାକୁ ରାଜି ହେବା ପରେ ଏହାକୁ ନେଇ ରାଜନୈତିକ ବୟାନବାଜି ଜୋର୍ଦାର ହୋଇଛି। କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଦାବି କରିଛନ୍ତି ଯେ ରାଫେଲ ଚୁକ୍ତିରେ ଦୁର୍ନୀତି ହୋଇଛି ବୋଲି ସୁପ୍ରିମ୍ କୋର୍ଟ ଗ୍ରହଣ କରିଛନ୍ତି। ରାଫେଲ ଚୁକ୍ତି କ୍ଷେତ୍ରରେ ‘ଚୌକିଦାର ଚୋର ବୋଲି ସୁପ୍ରିମ୍ କୋର୍ଟରେ ପ୍ରମାଣିତ ହୋଇଛି’ ବୋଲି ରାହୁଲ କହିବା ପରେ ବିଜେପି ଏହାର ତୀବ୍ର ବିରୋଧ କରିଛି। ରାଫେଲ ଶୁଣାଣି ସଂକ୍ରାନ୍ତ କୋର୍ଟ ତଥ୍ୟ ସଂପର୍କରେ ସାମାନ୍ୟତମ ଅବଗତି ନଥାଇ ରାହୁଲ ଅତ୍ୟନ୍ତ ବେପରୁଆ ବୟାନ ଦେଇ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍ କରୁଛନ୍ତି ଏବଂ ଏହା ସୁପ୍ରିମ୍ କୋର୍ଟଙ୍କ ଅବମାନନା ବୋଲି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ସୁପ୍ରିମ୍ କୋର୍ଟଙ୍କ ନିଷ୍ପତ୍ତିକୁ ନେଇ ଲୋକଙ୍କ ମଧ୍ୟରେ କଂଗ୍ରେସ ବିଭ୍ରାନ୍ତି ସୃଷ୍ଟି କରିବାକୁ ଚାହୁଛି ବୋଲି ନିର୍ମଳା କହିଛନ୍ତି।
ରାଫେଲକୁ ନେଇ ରାଜନୀତି ସରଗରମ:କଂଗ୍ରେସ-ବିଜେପି ମୁହାଁମୁହିଁ
/sambad/media/post_attachments/wp-content/uploads/2019/04/download-30.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)