ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଇଷ୍ଟର୍ଣ୍ଣ ଏୟାର କମାଣ୍ଡରେ ୫୫,୦୦୦ ଫୁଟରୁ ଅଧିକ ଉଚ୍ଚତାରେ ଉଡୁଥିବା ଏକ ଗୁପ୍ତଚର ବେଲୁନକୁ ଖସାଇ ଦେଇଛି । ରାଫେଲ ବିମାନ ବ୍ୟବହାର କରି ଏହାକୁ ଖସାଇ ଦିଆଯାଇଛି । ତେବେ ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ, ଏହା ବାୟୁସେନାର ଏକ ଅଭ୍ୟାସ ଥିଲା ।
ଚୀନ ପକ୍ଷରୁ ବିଭିନ୍ନ ଦେଶକୁ ଗୁପ୍ତଚର ବେଲୁନ ପଠାଯାଉଥିବାରୁ ତାହାର ମୁକାବିଲା ପାଇଁ ଭାରତୀୟ ବାୟୁସେନା ପ୍ରସ୍ତୁତ ହେଉଛି । କିଛି ବର୍ଷ ତଳେ ଭାରତର ସାମରିକ ଦୃଷ୍ଟିକୋଣରୁ ଅତି ସଂବେଦନଶୀନ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ ଉପରେ ଚୀନର ଏକ ସଂଦିଗ୍ଧ ଗୁପ୍ତଚର ବେଲୁନ ଚିହ୍ନଟ ହୋଇଥିଲା ।

ମିଳିଥିବା ସୂଚନା ଅନୁଯାୟୀ, ଭାରତୀୟ ବାୟୁସେନା ଦ୍ୱାରା ଖସାଇ ଦିଆଯାଇଥିବା ବେଲୁନର ଆକାର ଗତ ବର୍ଷ ଆମେରିକୀୟ ବାୟୁସେନା ଦ୍ୱାରା ଖସାଇ ଦିଆଯାଇଥିବା ଗୁପ୍ତଚର ବେଲୁନ୍ ଠାରୁ ଛୋଟ ଥିଲା।
୨୦୨୩ ପ୍ରାରମ୍ଭରେ ଆମେରିକା ବାୟୁସେନା ନିଜର ଏଫ୍ -୨୨ ରାପ୍ଟର୍ ବିମାନ ସହ ଦକ୍ଷିଣ କାରୋଲିନା ଉପକୂଳରେ ଏକ ଚୀନ୍ ଗୁପ୍ତଚର ବେଲୁନକୁ ଖସାଇ ଦେଇଥିଲା। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଆମେରିକୀୟଙ୍କ ଉପରେ ଉଡୁଥିବା ବେଲୁନ୍ ଟି ଚୀନର ଥିଲା ଏବଂ ଏଥିରେ ହାଇ ରିଜୋଲ୍ୟୁସନ କ୍ୟାମେରା ଥିଲା । ତେବେ ଆମେରିକାର ଏହି ଦାବିକୁ ଚୀନ ଖଣ୍ଡନ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/post_attachments/wp-content/uploads/2018/04/rafale_650x400_51523096043.jpg)