ସଂସଦରେ ରାଫେଲ୍‌ ଝଡ଼:ମୋଦୀ-ନିର୍ମଳାଙ୍କ ବିରୋଧରେ ସ୍ୱା

ନୂଆଦିଲ୍ଲୀ: ରାଫେଲ୍‌ ଯୁଦ୍ଧ ବିମାନ ଚୁକ୍ତିକୁ ନେଇ ସୋମବାର ସଂସଦରେ ହଙ୍ଗାମା ହୋଇଛି। ଶାସକ ବିଜେପି ଓ ବିରୋଧୀ ଦଳର ସାଂସଦମାନେ ପରସ୍ପରକୁ ଦୋଷାରୋପ କରିବା ଯୋଗୁ ଗୃହକାର୍ଯ୍ୟ ପରିଚାଳନାରେ ବାଧା ସୃଷ୍ଟି ହୋଇଥିଲା। ଫଳରେ ଗୃହକୁ ମଙ୍ଗଳବାର ପୂର୍ବାହ୍ନ ୧୧ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଅନ୍ୟପକ୍ଷରେ ରାଫେଲ୍‌ ଚୁକ୍ତିକୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଗତ ଶୁକ୍ରବାର ଲୋକସଭାରେ ଦେଇଥିବା ବୟାନକୁ ବିରୋଧ କରି ବିଜେପିର ୪ ଜଣ ସାଂସଦ ରାହୁଲଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍‌ ଦେଇଥିଲେ। ଏହି ନୋଟିସ୍‌କୁ ବାଚସ୍ପତି ସୁମିତ୍ରା ମହାଜନ ଯାଞ୍ଚ କରୁଥିବା ବେଳେ ଯାଞ୍ଚ ପରେ ଏ ନେଇ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି କହିଛନ୍ତି।
ସେପଟେ ରାଫେଲ୍‌ ବିମାନ କ୍ରୟ ଚୁକ୍ତି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବିରୋଧରେ କଂଗ୍ରେସ ଅନୁରୂପ ସ୍ୱାଧିକାର ଭଙ୍ଗ ନୋଟିସ୍‌ ପ୍ରସ୍ତୁତ କରୁଥିବା କହିଛି। ଦଳର ମୁଖପାତ୍ର ରଣଦୀପ ସୁର୍ଜେଓ୍ଵାଲା କହିଛନ୍ତି, ରାଫେଲ୍‌ ଚୁକ୍ତିକୁ ନେଇ ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ ସଂସଦକୁ ଭୁଅାଁ ବୁଲାଇଛନ୍ତି। ତେଣୁ ଏହା ବି ସ୍ୱାଧିକାର ଭଙ୍ଗ ମାମଲାର ଅନ୍ତର୍ଭୁକ୍ତ ହୋଇପାରିବ। କଂଗ୍ରେସର ଅଭିଯୋଗ ଅନୁସାରେ ଉପା ସରକାର ୧୨୬ ରାଫେଲ ବିମାନ କିଣିବା ପାଇଁ ବିମାନ ପିଛା ଯେଉଁ ମୂଲ୍ୟ ଧାର୍ଯ୍ୟ କରିଥିଲେ, ମୋଦୀ ସରକାର ତା’ର ୩ ଗୁଣ ଅଧିକ ଦରରେ ୩୬ ରାଫେଲ ଯୁଦ୍ଧ ବିମାନ କ୍ରୟ କରିଛନ୍ତି। ଜଣେ ବ୍ୟବସାୟୀଙ୍କୁ ଅଯାଚିତ ଫାଇଦା ଦେବା ସକାଶେ ଅତ୍ୟଧିକ ଦାମରେ ବିମାନ କିଣିଥିବାରୁ ସରକାର ଏବେ ଏହାର ମୂଲ୍ୟକୁ ସାର୍ବଜନୀନ କରିବାକୁ ଚାହୁନାହାନ୍ତି।
ବିଜେପିର ୪ ସାଂସଦ ନିଶିକାନ୍ତ ଦୁବେ, ଅନୁରାଗ ଠାକୁର, ଦୁଷ୍ୟନ୍ତ ସିଂହ ଏବଂ ପ୍ରହଲ୍ଲାଦ ଯୋଶୀ ରାହୁଲ ଗାନ୍ଧୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍‌ ଉପସ୍ଥାପନ କରିଥିଲେ। ସେମାନେ ଦର୍ଶାଇଥିଲେ କି ରାହୁଲ ସଂସଦରେ ରାଫେଲ୍‌ ଚୁକ୍ତିକୁ ନେଇ ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କ ଉପରେ ମିଥ୍ୟାରୋପ ଲଗାଇ ସଂସଦକୁ ଭୁଅାଁ ବୁଲାଇଛନ୍ତି।ଧିକାର ଭଙ୍ଗ ପ୍ରସ୍ତାବ ଆଣିବ କଂଗ୍ରେସ
ରାଜ୍ୟସଭାରେ ଟିଡିପିର ହଙ୍ଗାମା

ସମ୍ବନ୍ଧିତ ଖବର