ପ୍ରଥମ ପ୍ରେମ ଭଳି ଆପଣ ମନେ ରହିବେ, ଭେଙ୍କେୟାଙ୍କୁ କିଛି ଏଭଳି କହିଲେ ରାଘବ

ନୂଆଦିଲ୍ଲୀ: ଆଜି ରାଜ୍ୟସଭା ଅଧ୍ୟକ୍ଷ ଭାବରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କର ଶେଷ ଦିନ ଥିଲା। ତେବେ ତାଙ୍କ ବିଦାୟ ଅଭିଭାଷଣରେ ଆମ୍ ଆଦମୀ ପାର୍ଟି ସାଂସଦ ରାଘବ ଚଢା ନାଇଡୁଙ୍କୁ ନେଇ ଏଭଳି କିଛି କହିଥିଲେ ଯାହାକୁ ନେଇ ସମସ୍ତ ସାଂସଦ ହସିଥିଲେ | ନାଇଡୁଙ୍କୁ ତାଙ୍କର ପ୍ରଥମ ଚେୟାରମ୍ୟାନ୍ ଭାବରେ ବର୍ଣ୍ଣନା କରିବାବେଳେ ରାଘବ କହିଥିଲେ ଯେ ପ୍ରଥମ ପ୍ରେମ ଯେମିତି ସବୁବେଳେ ମନେ ରହିଥାଏ, ସେମିତି ପ୍ରଥମ ଚେୟାରମ୍ୟାନ୍ ଭାବରେ ଆପଣଙ୍କୁ ମୁଁ ମନେରଖିବି ।

ବାସ୍ତବରେ ଆଜି ବିଦାୟ ଅଭିଭାଷଣରେ ରାଘବ କହିଥିଲେ ଯେ,’ ସମସ୍ତଙ୍କୁ ସେମାନଙ୍କର ପ୍ରଥମ ଅନୁଭବ ସବୁବେଳେ ମନେ ରହିଥାଏ | ବିଦ୍ୟାଳୟରେ ପ୍ରଥମ ଦିନ, ବିଦ୍ୟାଳୟର ପ୍ରଥମ ଶିକ୍ଷକ, ପ୍ରଥମ ପ୍ରେମ ସବୁ ମନେ ରହିଥାଏ | ମୁଁ ଯେତେବେଳେ ଏହି ଗୃହକୁ ଆସିଥିଲି, ପ୍ରଥମ ଚେୟାରମ୍ୟାନ ଭାବରେ ମୁଁ ଆପଣଙ୍କୁ ମନେ ରଖିବି’ | ଏହା ପରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ସାଂସଦ ରାଘବଙ୍କୁ ପଚାରିଥିଲେ ଯେ, ‘ପ୍ରେମ ପ୍ରଥମ ଥର ପାଇଁ ହୁଏ କି? ପ୍ରେମ ଦ୍ୱିତୀୟ ବା ତୃତୀୟ ଥର ହୁଏ ନାହିଁ କି’ |


ଏହା ପରେ ସାଂସଦ ରାଘବ ଚଢା କହିଥିଲେ ଯେ, ‘ସାର୍, ମୋର ଏତେ ଅଭିଜ୍ଞତା ନାହିଁ | ମୋ ଜୀବନରେ ଏତେ ଅନୁଭବ ହୋଇନାହିଁ କିନ୍ତୁ ଏହା ଭଲ ହିଁ ହୋଇଥାଏ’ | ଏହାପରେ ଉପରାଷ୍ଟ୍ରପତି ପୁଣି ହସିଥିଲେ ଏବଂ କହିଥିଲେ ଯେ, ‘ହଁ! ପ୍ରଥମ ପ୍ରେମ ଭଲ, ସେହି ପ୍ରେମ ସବୁଦିନ ଓ ସାରା ଜୀବନ ପାଇଁ ରହିବା ଉଚିତ’ | ସୂଚନା ଥାଉ ଭେଙ୍କୟା ନାଇଡୁ ବୁଧବାର ଦିନ ପଦ ଛାଡ଼ିବେ ଏବଂ ତାଙ୍କ ଉତ୍ତରାଧିକାରୀ ଜଗଦୀପ ଧନଖଡ଼ ଅଗଷ୍ଟ ୧୧ ରେ ଶପଥ ନେବେ |

ସମ୍ବନ୍ଧିତ ଖବର