ଏକ କଚୋଡି ଦୋ ସମୋସା, ଭାଜପା ତେରା ଜିରୋ ଭ‌ରୋସା: ରାଘବ ଚଢ଼ା

ନୂଆଦିଲ୍ଲୀ: ଏକ କଚୋଡି ଦୋ ସମୋସା, ଭାଜପା ତେରା ଜିରୋ ଭ‌ରୋସା। ଏଭଳି କହି ବିଜେପିକୁ ଟାର୍ଗେଟ କଲେ ଆପର ସହ-ପ୍ରଭାରୀ ରାଘବ ଚଢ଼ା।ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟି (ଆପ୍) ଦଳର ନେତା ତଥା ସାଂସଦ ରାଘବ ଚଢ଼ାଙ୍କୁ ସହ-ପ୍ରଭାରୀ କରିଛି। ବଡ଼ ଦାୟିତ୍ବ ମିଳିବା ପରେ ଶୁକ୍ରବାର ପ୍ରଥମ ଥର ପାଇଁ ଗୁଜରାଟରେ ପହଞ୍ଚିଥିଲେ ରାଘବ। ସେଠାରେ ପହଞ୍ଚିବା ପରେ ପର ସେ ବିଜେପିକୁ ଟାର୍ଗେଟ କରିବା ଆରମ୍ଭ କରିଥିଲେ।

ଗୁଜରାଟ‌ରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଆନ୍ଦୋଳନ କରୁଥିବା ଲୋକଙ୍କୁ ଭେଟିବା ପରେ ରାଘବ କହିଛନ୍ତି ଯେ, ଗୁଜରାଟର ପରିସ୍ଥିତି ଏପରି ଯେ ଆଜି ବିଜେପିର ଶାସନରେ ପୀଡିତ ଲୋକମାନେ ସବୁଆଡେ ଆନ୍ଦୋଳନ କରୁଛନ୍ତି। ମୁଁ ଅନେକ ଆନ୍ଦୋଳନକାରୀଙ୍କୁ ଭେଟିଲି। ସେମାନଙ୍କ ସହ କଥା ହୋଇ ସେମାନଙ୍କ ସମସ୍ୟା ବୁଝିଲି। ସମସ୍ୟା ଶୁଣି ମୁଁ ସେମାନଙ୍କୁ କହିଲି ଯେ, ଏବେ ବିଜେପି ନେତାଙ୍କ ସହ କଥା ହୁଅ। ନିର୍ବାଚନ ଆଗକୁ ଥିବାରୁ ସେମାନେ ଆପଣଙ୍କ ସମସ୍ୟାର ସମାଧାନ କରିପାରନ୍ତି। ଏହା ଶୁଣି ସେମାନେ କହିଲେ, ଆଜିକାଲି ଗୁଜରାଟରେ ଏକ ସ୍ଲୋଗାନ ବେଶ ଚର୍ଚ୍ଚାରେ ରହିଛି। ତାହା ହେଉଛି, ଏକ କଚୋଡି ଦୋ ସମୋସା, ଭାଜପା ତେରା ଜିରୋ ଭ‌ରୋସା।

ରାଘବ ଚଢ଼ା ଆହୁରି କହିଛନ୍ତି ଯେ ଆଜିର ଗୁଜରାଟରେ ରାଜ୍ୟ ସରକାରୀ କର୍ମଚାରୀ, ଗ୍ରୁପ୍ ସି ଏବଂ ଡି କର୍ମଚାରୀଙ୍କ ସହିତ ଶିକ୍ଷା ସହାୟକ, ଅଙ୍ଗନୱାଡି କର୍ମୀ, ମଧ୍ୟାହ୍ନ ଭୋଜନ କର୍ମଚାରୀ, ଗ୍ରାମ କମ୍ପ୍ୟୁଟର ଉଦ୍ୟୋଗୀ ଏବଂ ପରିମଳ କର୍ମଚାରୀମାନେ ସରକାରଙ୍କ ଉପରେ ଖୁସି ନୁହଁନ୍ତି। ସବୁଆଡେ ସରକାରଙ୍କ ବିରୋଧରେ ଆନ୍ଦୋଳନ ଚାଲିଛି।

ସମ୍ବନ୍ଧିତ ଖବର