ରାହୁଲ ଓ ସୋନିଆ ସାଧାରଣ ଲୋକ ନୁହଁନ୍ତି: କଂଗ୍ରେସ

ନୂଆଦିଲ୍ଲୀ: ଗାନ୍ଧୀ ପରିବାର ଉପରୁ ସ୍ପେଶାଲ ପ୍ରୋଟେକ୍ସନ ଫୋର୍ସ ବା ଏସପିଜି ସୁରକ୍ଷା ଫେରାଇନେବା ନେଇ ଆଜି ଲୋକସଭାରେ କଂଗ୍ରେସ ପକ୍ଷରୁ ଜୋରଦାର ବିରୋଧ ପ୍ରଦର୍ଶନ କରାଯାଇଛି | ଏହି ପ୍ରସଙ୍ଗକୁ ନେଇ ଲୋକସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି ଯେ ଏସପିଜି ସୁରକ୍ଷା ହଟାଇବାର ଆବଶ୍ୟକତା ନଥିଲା | ଚୌଧୁରୀ ଲୋକସଭାରେ କହିଛନ୍ତି ଯେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ କୌଣସି ସାଧାରଣ ଲୋକ ନୁହଁନ୍ତି |

ବାଜପେୟୀ ଗାନ୍ଧୀ ପରିବାରକୁ ଏସପିଜି ସୁରକ୍ଷାର ଅନୁମତି ଦେଇଥିଲେ | ୧୯୯୧ ମସିହାରୁ ୨୦୧୯ ମସିହା ପର୍ଯ୍ୟନ୍ତ ଯେବେ ଏନଡ଼ିଏ ଶାସନକୁ ଆସିଥିଲା କେବେ ମଧ୍ୟ ଏସପିଜି ସୁରକ୍ଷା ବ୍ୟବସ୍ଥା ହଟାଯାଇନଥିଲା | ସୂଚନା ଥାଉ କି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀ ଓ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କଠାରୁ ଏସପିଜି ସୁରକ୍ଷା ପ୍ରତ୍ୟାହାର କରିନିଆଯାଇ ସେମାନଙ୍କୁ ଜେଡପ୍ଲସ ସୁରକ୍ଷା ଯୋଗାଇ ଦିଆଯାଇଛି |

ଏଠାରେ ସୂଚନା ଥାଉ କି ପୂର୍ବରୁ କେବଳ ପ୍ରଧାନମନ୍ତ୍ରୀଙ୍କୁ ଏସପିଜି ସୁରକ୍ଷା ଦିଆଯାଉଥିଲା । ଏନଏସଜି କମାଣ୍ଡୋମାନେ ଏହି ସୁରକ୍ଷା ଦେଇଥାନ୍ତି । କିନ୍ତୁ ୧୯୯୧ରେ ରାଜୀବ ଗାନ୍ଧୀଙ୍କ ହତ୍ୟା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଓ ତାଙ୍କ ପରିବାରକୁ ଏସପିଜି ସୁରକ୍ଷା ଦିଆଗଲା । ୧୯୯୨ରୁ ଗାନ୍ଧି ପରିବାର ପାଖରେ ଏସପିଜି ସୁରକ୍ଷା ରହିଥିଲା ।

ସମ୍ବନ୍ଧିତ ଖବର