ନୂଆଦିଲ୍ଲୀ: ଜେଇଇ ମେନ ଏବଂ ନିଟ ୨୦୨୦ ପରୀକ୍ଷାକୁ ନେଇ ଲଗାତାର ବିରୋଧୀ ପ୍ରଶ୍ନ ଉଠାଉଛନ୍ତି | କରୋନା ମହାମାରୀ ସମୟରେ ଉଭୟ ପରୀକ୍ଷା ପରିଚାଳନା ପାଇଁ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ପରେ ବର୍ତ୍ତମାନ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ କରୋନା ଅବଧିରେ ହେବାକୁ ଥିବା ପରୀକ୍ଷା ଉପରେ ପ୍ରଶ୍ନ କରିଛନ୍ତି। ରାହୁଲ ଗାନ୍ଧୀ ସରକାରଙ୍କୁ ନିବେଦନ କରିଛନ୍ତି ଯେ ସରକାର ଜେଇଇ ମେନ୍ ଏବଂ ନିଟ ଛାତ୍ରଛାତ୍ରୀଙ୍କ ମନର କଥା ଶୁଣିବା ଉଚିତ୍।
आज हमारे लाखों छात्र सरकार से कुछ कह रहे हैं। NEET, JEE परीक्षा के बारे में उनकी बात सुनी जानी चाहिए और सरकार को एक सार्थक हल निकालना चाहिए।
GOI must listen to the #StudentsKeMannKiBaat about NEET, JEE exams and arrive at an acceptable solution.
— Rahul Gandhi (@RahulGandhi) August 23, 2020
ସେ ଟ୍ୱିଟ୍ କରି ଲେଖିଛନ୍ତି, ଆଜି ଆମର ଲକ୍ଷ ଲକ୍ଷ ଛାତ୍ର ସରକାରଙ୍କୁ କିଛି କହୁଛନ୍ତି। ଜେଇଇ ମେନ ଏବଂ ନିଟ ୨୦୨୦ ପରୀକ୍ଷା ବାବଦରେ ସେମାନଙ୍କ କଥା ଶୁଣାଯିବା ଉଚିତ ଏବଂ ସରକାର ଏହାର ସମାଧାନ ଖୋଜିବା ଉଚିତ୍। ସୂଚନା ଥାଉ କି କିଛି ଦିନ ପୂର୍ବରୁ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ମଧ୍ୟ କରୋନା ସମୟରେ ଜେଇଇ ମେନ ଏବଂ ନିଟ ୨୦୨୦ ପରୀକ୍ଷା କରିବାକୁ ଆପତ୍ତି କରିଥିଲେ।
ସେ କହିଥିଲେ ଯେ ମୁଁ ଉଭୟ ପରୀକ୍ଷାକୁ ତୁରନ୍ତ ବାତିଲ କରି ଏକ ବିକଳ୍ପ ଆଡମିଶନ ପ୍ରକ୍ରିୟା ଗ୍ରହଣ କରିବାକୁ କେନ୍ଦ୍ର ସରକାରଙ୍କୁ ନିବେଦନ କରୁଛି। ସୂଚନା ଥାଉ କି ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସି ସେପ୍ଟେମ୍ବର ୧ ରୁ ୬ ମଧ୍ୟରେ ଜେଇଇ ମେନ୍ ଆୟୋଜନ କରିବାକୁ ଯାଉଛି | ନିଟ ୧୩ ସେପ୍ଟେମ୍ବରରେ ଅନୁଷ୍ଠିତ ହେବ | ଜେଇଇ ମେନର ଆଡମିଟ୍ କାର୍ଡ ଜାରି କରାଯାଇଥିବାବେଳେ ଖୁବ୍ ଶୀଘ୍ର ନିଟ ର ଆଡମିଟ୍ କାର୍ଡ ମଧ୍ୟ ଜାରି କରାଯିବ।