ସୁରଟ କୋର୍ଟରେ ହାଜର ହେଲେ ରାହୁଲ

ନୂଆଦିଲ୍ଲୀ  : କଂଗ୍ରେସ ନେତା ରାହୁଲ ଗାନ୍ଧି ଶୁକ୍ରବାର ଦିନ ସୁରଟର ଏକ ମାଜିଷ୍ଟ୍ରେଟ୍‌ କୋର୍ଟରେ ହାଜର ହୋଇଛନ୍ତି। ମାନହାନି ମାମଲାରେ ବୟାନ ରେକର୍ଡ ପାଇଁ ରାହୁଲ କୋର୍ଟରେ ହାଜର ହୋଇଛନ୍ତି। ୨୦୧୯ରେ ଏକ ନିର୍ବାଚନ ରାଲି ସମୟରେ ‌ରାହୁଲ ମୋଦୀ ସାଙ୍ଗିଆ ବିରୋଧରେ ଦେଇଥିବା ଟିପ୍ପଣୀ ପାଇଁ ତାଙ୍କ ବିରୋଧରେ ମାନହାନି ମାମଲା ରୁଜୁ ହୋଇଥିଲା।

ରାହୁଲ ଏକ ରାଲିରେ କହିଥିଲେ, ସବୁ ‌ଚୋରଙ୍କର ଗୋଟିଏ ସାଙ୍ଗିଆ ଏବଂ ତାହା ହେଉଛି ମୋଦୀ । ଏହା କିଭଳି ହେଉଛି ବୋଲି ରାହୁଲ ପ୍ରଶ୍ନ କରିଥିଲେ। ଏହାକୁ ବିରୋଧ ପରି ସୁରଟର ବିଜେପି ବିଧାୟକ ପୁର୍ନେଶ ମୋଦୀ ୨୦୧୯ ଏପ୍ରିଲରେ ରାହୁଲଙ୍କ ବିରୋଧରେ ଏକ ମାନହାନି ମାମଲା ରୁଜୁ କରିଥିଲେ। ସେ କହିଥିଲେ ରାହୁଲଙ୍କର ଏହି ଟିପ୍ପଣୀ ସମଗ୍ର ମୋଦୀ ସାଙ୍ଗିଆଧାରୀଙ୍କ ସମ୍ମାନ ହାନି କରିଛି। ରାହୁଲ ପୂର୍ବରୁ ଏହି ମାମଲାରେ ୨ ଥର କୋର୍ଟରେ ହାଜର ହୋଇଥିବା ବେଳେ ଶୁକ୍ରବାର ତୃତୀୟ ଥର ପାଇଁ କୋର୍ଟରେ ହାଜର ହୋଇଛନ୍ତି।

ସମ୍ବନ୍ଧିତ ଖବର