ମୋଦୀଙ୍କୁ ରାହୁଲଙ୍କ ପ୍ରଶ୍ନ, ମସୁଦ୍‌କୁ ମୁକ୍ତି ଦେଲା କିଏ?

ନୂଆଦିଲ୍ଲୀ: ବାଲାକୋଟ ଆକ୍ରମଣକୁ ନେଇ ଦେଶରେ ଜୋର୍‌ଦାର ରାଜନୀତି ଚାଲିଥିବା ବେଳେ ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଜୈସ୍‌ ସଂଗଠନର ମୁଖିଆ ମସୁଦ୍‌ ଆଝାରକୁ ନେଇ ମୋଦୀ ସରକାରଙ୍କୁ ଘେରିବାକୁ ଚେଷ୍ଟା କରିଛନ୍ତି। ‘କୁଖ୍ୟାତ ଆତଙ୍କବାଦୀ ମାସୁଦ ଆଝାରକୁ ଭାରତୀୟ ଜେଲ୍‌ରୁ କିଏ ମୁକ୍ତି ଦେଲା’ ବୋଲି ରାହୁଲ ପ୍ରଶ୍ନ କରିଛନ୍ତି। କର୍ଣ୍ଣାଟକରେ ଏକ ରାଲିରେ କଂଗ୍ରେସ ଅଧ୍ୟକ୍ଷ କହିଥିଲେ ଯେ ଦେଶବାସୀ ଜାଣିବାକୁ ଚାହୁଛନ୍ତି ମସୁଦ୍‌କୁ କିଏ ଓ କାହିଁକି ଭାରତର ଜେଲ୍‌ରୁ ଖଲାସ କରାଗଲା। ୧୯୯୯ ମସିହାରେ ଭାରତୀୟ ବିମାନ ଆଇସି-୮୧୪କୁ ଆତଙ୍କବାଦୀମାନେ ଅପହରଣ କରି କାନ୍ଦାହାର ନେଇଯାଇଥିଲେ ଏବଂ ମସୁଦକୁ ଖଲାସ କରିବାକୁ ସର୍ତ୍ତ ରଖିଥିଲେ। ଏହାପରେ ତତ୍କାଳୀନ ସରକାର ମସୁଦ ବିନିମୟରେ ୧୮୭ ଯାତ୍ରୀଙ୍କୁ ସୁରକ୍ଷିତ ଭାରତ ଆଣିଥିଲେ।

ସମ୍ବନ୍ଧିତ ଖବର