କେନ୍ଦ୍ର ସରକାରଙ୍କର ସବୁଠାରୁ ଦକ୍ଷ ମନ୍ତ୍ରାଳୟ କ’ଣ? ରାହୁଲ ପଚାରିଲେ ପ୍ରଶ୍ନ

ନୂଆଦିଲ୍ଲୀ: କରୋନା ସଙ୍କଟକୁ ନେଇ କଂଗ୍ରେସ କେନ୍ଦ୍ରକୁ ଲଗାତାର ପ୍ରଶ୍ନ ପଚାରୁଛି । ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟ୍ୱିଟରରେ ଏକ ପ୍ରଶ୍ନ ପଚାରିଛନ୍ତି ଏବଂ ନିଜେ ଏହାର ଉତ୍ତର ଦେଇଛନ୍ତି। ରାହୁଲ ଗାନ୍ଧୀ ପଚାରିଛନ୍ତି ଯେ, ‘ଭାରତ ସରକାରଙ୍କ ସବୁଠାରୁ ଦକ୍ଷ ମନ୍ତ୍ରାଳୟ କ’ଣ? ପ୍ରଶ୍ନ ପଚାରିବା ପରେ ରାହୁଲ ଏହାର ଉତ୍ତର ମଧ୍ୟ ଦେଇଛନ୍ତି | ରାହୁଲ ଲେଖିଛନ୍ତି ଯେ, ‘ଭାରତ ସରକାରଙ୍କର ଏକ ଗୁପ୍ତ ମନ୍ତ୍ରାଳୟ ଅଛି, ଯାହାକି ମିଥ୍ୟା ସ୍ଲୋଗାନ ଦେଇଥାଏ । ଏହି ମନ୍ତ୍ରାଳୟ ମିଛ ପ୍ରତିଶୃତି ଦେବା ସହ ମିଛ ପ୍ରଚାର କରାଇଥାଏ |


ଗୋଟିଏ ଦିନ ପୂର୍ବରୁ ସେ ମହାମାରୀ, ମୁଦ୍ରାସ୍ଫୀତି, ବେରୋଜଗାରୀ ପ୍ରସଙ୍ଗରେ ଟୁଇଟ୍ କରିଥିଲେ। ଏହି ଟୁଇଟ୍‌ରେ ସେ ଲେଖିଥିଲେ ଯେ, “ମହାମାରୀ, ମୁଦ୍ରାସ୍ଫୀତି, ବେକାରୀ, ଯିଏ ସବୁ ଦେଖିବା ପରେ ମଧ୍ୟ ଚୁପ୍ ହୋଇ ବସି ରହିଛନ୍ତି। ଦେଶର ଲୋକମାନେ ସେମାନଙ୍କୁ ଜାଣନ୍ତି। ଏହାପୂର୍ବରୁ କଂଗ୍ରେସ ନେତା ଦାବି କରିଥିଲେ ଯେ ଦେଶର ପ୍ରତ୍ୟେକ ନାଗରିକ ଅନଲାଇନ୍ ପଞ୍ଜୀକରଣ ବିନା ଟିକା ଦିଆଯାଉ |

ଟିକାକରଣକୁ ନେଇ ସେ କହିଥିଲେ ଯେ ଯେଉଁମାନଙ୍କର ଇଣ୍ଟରନେଟ୍ ନାହିଁ, ସେମାନଙ୍କର ବଞ୍ଚିବାର ଅଧିକାର ମଧ୍ୟ ଅଛି। ରାହୁଲ ଟ୍ୱିଟରେ ଲେଖିଛନ୍ତି, “ଟିକା ପାଇଁ ଅନ୍ଲାଇନ୍ ରେଜିଷ୍ଟ୍ରେସନ ଯଥେଷ୍ଟ ନୁହେଁ | ଟିକାକରଣ କେନ୍ଦ୍ରକୁ ଯାଉଥିବା ପ୍ରତ୍ୟେକ ଲୋକ ଏହାର ଲାଭ ପାଇବା ଉଚିତ୍। ଯେଉଁମାନେ ଅନଲାଇନ୍ ରେଜିଷ୍ଟ୍ରେସନ୍ କରିନାହାଁନ୍ତି, ଯେଉଁମାନଙ୍କର ଇଣ୍ଟରନେଟ୍ ନାହିଁ, ସେମାନଙ୍କର ମଧ୍ୟ ବଂଚିବାର ଅଧିକାର ଅଛି |”

ସମ୍ବନ୍ଧିତ ଖବର