ମୁମ୍ବାଇ : ମୁମ୍ବାଇଠାରେ ଇକୋନୋମିକ୍ ଟାଇମ୍ସ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ବିଶିଷ୍ଟ ଶିଳ୍ପପତି ରାହୁଲ ବଜାଜ୍ ଗୃହମନ୍ତ୍ରୀ ଅମିତ୍ ଶାହଙ୍କୁ ଏକ ଅଡ଼ୁଆ ପ୍ରଶ୍ନ ପଚାରି ଏବେ ଚର୍ଚ୍ଚାକୁ ଆସିଛନ୍ତି। ସବୁଆଡ଼େ ଭୟର ବାତାବରଣ ରହିଛି। ସରକାରଙ୍କୁ ଲୋକେ ପ୍ରଶ୍ନ ପଚାରିବାକୁ ଡରୁଛନ୍ତି। ଲୋକଙ୍କ ଭରସା ରହୁନାହିଁ ଯେ ସରକାର ସମାଲୋଚନାକୁ ମଧ୍ୟ ପ୍ରଶଂସା କରିବେ। ଲୋକଙ୍କୁ କାହିଁକି ପ୍ରଶ୍ନ ପଚାରିବାକୁ ଦିଆଯାଉ ନାହିଁ ବୋଲି ଶିଳ୍ପପତି ରାହୁଲ କହିଛନ୍ତି। ଏହି ସଭାରେ ଗୃହମନ୍ତ୍ରୀଙ୍କ ସମେତ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ରେଳମନ୍ତ୍ରୀ ପୀୟୂଷ ଗୋଏଲ ଉପସ୍ଥିତ ଥିଲେ। ଉପା ସରକାରଙ୍କୁ ସମାଲୋଚନା କରିବା ସ୍ବାଧୀନତା ଲୋକଙ୍କ ପାଖରେ ଥିଲା। କିନ୍ତୁ ବର୍ତ୍ତମାନର ଶାସନରେ ଭୟ ଏବଂ ଅନିଶ୍ଚିତତାର ବାତାବରଣ ରହିଛି। ଶିଳ୍ପପତି ରାହୁଲଙ୍କ ପ୍ରଶ୍ନର ଉତ୍ତର ମଧ୍ୟ ଅମିତ ଶାହ ଦେଇଥିଲେ। ସେ କହିଥିଲେ କୌଣସି ବିଷୟକୁ ନେଇ ଭୟ କରିବା ଦରକାର ନାହିଁ। ଗଣମାଧ୍ୟମରେ ନରେନ୍ଦ୍ର ମୋଦୀ ସରକାର ନିରବଚ୍ଛିନ୍ନ ଭାବେ ସମାଲୋଚିତ ହୋଇଆସୁଛି। କିନ୍ତୁ ଯଦି ଆପଣ କହୁଛନ୍ତି ସେଭଳି ପରିବେଶ ନାହିଁ ତାହେଲେ ଆମକୁ ଏଥିରେ ସୁଧାର ଆଣିବାକୁ ହେବ ବୋଲି ଶ୍ରୀ ଶାହ କହିଥିଲେ।
ସରକାରଙ୍କୁ ସମାଲୋଚନା କରିବାକୁ ଲୋକେ ଡରୁଛନ୍ତି: ରାହୁଲ୍ ବଜାଜ୍
/sambad/media/post_attachments/wp-content/uploads/2019/12/Rahul-Bajaj-Statements-on-Govt_Thumbnail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)