ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଗୁରୁବାର ବିଜେପିକୁ ଶାଣିତ ଆକ୍ରମଣ କରିଛନ୍ତି। ହିନ୍ଦୁବାଦ ଓ ହିନ୍ଦୁତ୍ବ ମଧ୍ୟରେ ସେ ପାର୍ଥକ୍ୟ କହିଛନ୍ତି। କଂଗ୍ରେସର ୧୩୯ତମ ପ୍ରତିଷ୍ଠା ସବସ ଉତ୍ସବରେ ଯୋଗଦେଇ ସିଦ୍ଦରମୈୟା କହିଛନ୍ତି, କିଛି ଲୋକ ନରମ ହିନ୍ଦୁତ୍ବ କଥା କହୁଛନ୍ତି। ହିନ୍ଦୁ ଓ ହିନ୍ଦୁତ୍ବ ମଧ୍ୟରେ ପ୍ରାର୍ଥକ୍ୟ ଥିବା ବି କହୁଛନ୍ତି। ଆମେ କ’ଣ ଆମ ଗାଁ ମାନଙ୍କରେ ରାମ ମନ୍ଦିର ନିର୍ମାଣ କରିନାହୁ ? ଆମେ କ’ଣ ରାମ ଭଜନ କରୁନାହୁଁ ? ଆମେ ବି ହିନ୍ଦୁ ଏକଥା ବିଜେପି ମନେ ରଖିବା ଦରକାର ବୋଲି ସିଦ୍ଦରମୈୟା‌ କହିଛନ୍ତି। ବିଜେପି ଓ ସଂଘ ପରିବାର ଦେଶର ସ୍ବାଧୀନତା ପାଇଁ ଲଢ଼େଇ କରିନଥିବାରୁ ଏବେ ହିନ୍ଦୁତ୍ବର ଆଶ୍ରା ନେଇଛନ୍ତି ବୋଲି ସେ କହିଛନ୍ତି।