ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନରେ ମୋଦୀ ସରକାର ତିନୋଟି ନୂତନ କୃଷି ଆଇନ ଆଣିଥିଲେ । ଏହି ଆଇନ ବିରୋଧରେ ଚାଷୀଙ୍କ ପ୍ରଦର୍ଶନ ଜାରି ରହିଛି। ଆନ୍ଦୋଳନକାରୀମାନେ ସ୍ପଷ୍ଟ କରିଛନ୍ତି ଯେ ଯେପର୍ଯ୍ୟନ୍ତ ସରକାର ସମସ୍ତ ତିନୋଟି ନୂତନ ଆଇନ ପ୍ରତ୍ୟାହାର ନକରନ୍ତି, ସେପର୍ଯ୍ୟନ୍ତ ସେମାନଙ୍କ ବିରୋଧ ଜାରି ରହିବ। ଆଉ ଏହାରି ଭିତରେ ପୂର୍ବତନ କଂଗ୍ରେସ ସଭାପତି ତଥା ସାଂସଦ ରାହୁଲ ଗାନ୍ଧୀ ସୋସିଆଲ ମିଡିଆରେ ଏକ ନୂଆ ଅଭିଯାନ ଆରମ୍ଭ କରିଛନ୍ତି।
ରାହୁଲ 'ସ୍ପିକ ଅପ ଫର କିସାନ ଅଧିକାର' ନାମରେ ଆରମ୍ଭ କରିଥିବା ଏହି କ୍ୟାମ୍ପେନରେ ଦେଶବାସୀଙ୍କୁ ଯୋଡି ହେବାକୁ ନିବେଦନ କରିଛନ୍ତି | ଏଥିସହ ସେ ୨ ମିନିଟର ଏକ ଭିଡିଓ ଜାରି କରିଛନ୍ତି ଯେଉଁଥିରେ ମୋଦୀ ସରକାର କିପରି କୃଷକ ବିରୋଧୀ କାର୍ଯ୍ୟ କରୁଛନ୍ତି ତାହା ବର୍ଣ୍ଣନା କରାଯାଇଛି। ରାହୁଲ ଭିଡିଓ ସହିତ ଲେଖିଛନ୍ତି- "ଦେଶର ଅନ୍ନଦାତାମାନେ ଅହଂକାରୀ ମୋଦୀ ସରକାରଙ୍କ ବିରୁଦ୍ଧରେ ନିଜର ଅଧିକାର ପାଇଁ ସତ୍ୟାଗ୍ରହ କରୁଛନ୍ତି।
देश के अन्नदाता अपने अधिकार के लिए अहंकारी मोदी सरकार के ख़िलाफ़ सत्याग्रह कर रहे हैं।
आज पूरा भारत किसानों पर अत्याचार व पेट्रोल-डीज़ल के बढ़ते दामों के विरुद्ध आवाज़ बुलंद कर रहा है।
आप भी जुड़िये और इस सत्याग्रह का हिस्सा बनिये।#SpeakUpForKisanAdhikarpic.twitter.com/3EG34bUQxm
— Rahul Gandhi (@RahulGandhi) January 15, 2021
ଆଜି ଚାଷୀଙ୍କ ଉପରେ ହେଉଥିବା ଅତ୍ୟାଚାର ଏବଂ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ହେତୁ ସମଗ୍ର ଭାରତ ସ୍ୱର ଉତ୍ତୋଳନ କରୁଛି। ଆପଣ ମଧ୍ୟ ଯୋଗ ଦିଅନ୍ତୁ। ଏହି ସତ୍ୟଗ୍ରହର ଏକ ଅଂଶ ହୁଅନ୍ତୁ' | ସୂଚନା ଥାଉ କି ନିକଟରେ ସୁପ୍ରିମକୋର୍ଟ ନୂତନ କୃଷି ଆଇନ ସହ ଜଡିତ ଏକ ପିଟିସନର ଶୁଣାଣି କରିଥିଲେ। କୋର୍ଟ ଏହି ଆଇନକୁ ସ୍ଥଗିତ ରଖିଥିଲେ। କୃଷକ ଆନ୍ଦୋଳନ ଉପରେ ସରକାରଙ୍କ ଆଭିମୁଖ୍ୟକୁ ନେଇ ନାରାଜ ମଧ୍ୟ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/rahul1.jpg)