ନୂଆଦିଲ୍ଲୀ: ସଂସଦର ଉଭୟ ଗୃହର ଆଜି ମିଳିତ ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ସମୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜ ମୋବାଇଲ୍ ଫୋନ୍ରେ ବ୍ୟସ୍ତ ଥିବା ଦେଖିବାକୁ ମିଳିଥିଲା। ରାହୁଲ ପ୍ରାୟ ୨୪ ମିନିଟ୍ ଫୋନ୍ରେ ବ୍ୟସ୍ତ ରହିଥିବା ଦେଖାଯାଇଥିଲା। ଏହା ବ୍ୟତୀତ ସେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ବରିଷ୍ଠ କଂଗ୍ରେସ ନେତା ଆନନ୍ଦ ଶର୍ମାଙ୍କ ସହ ମଧ୍ୟ କଥା ହେଉଥିବା ଦେଖିବାକୁ ମିଳିଥିଲା। ରାଷ୍ଟ୍ରପତିଙ୍କ ଅଭିଭାଷଣ ଚାଲିଥିବା ବେଳେ ରାହୁଲଙ୍କ ଏଭଳି ଆଚରଣ ବିବାଦ ସୃଷ୍ଟି କରିଛି। ଆନନ୍ଦ ଶର୍ମା କହିଛନ୍ତି ଯେ ରାଷ୍ଟ୍ରପତିଙ୍କ ଭାଷଣରେ କେତେକ କଠିନ ଶବ୍ଦର ଅର୍ଥ ରାହୁଲ ବୁଝିପାରୁ ନଥିବାରୁ ତାଙ୍କ ସହ ଆଲୋଚନା କରୁଥିଲେ।
ରାଷ୍ଟ୍ରପତିଙ୍କ ଅଭିଭାଷଣ ସମୟରେ ଫୋନ୍ରେ ବ୍ୟସ୍ତ ଥିଲେ ରାହୁଲ
/sambad/media/post_attachments/wp-content/uploads/2019/06/Untitled-2-22.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)