କୋଲକାତା: ଭାରତ ୧୭ ବର୍ଷ ପରେ ଟି-୨୦ ବିଶ୍ବକପ ବିଜୟୀ ହୋଇଛି। ଏହା ସହିତ ଭାରତୀୟ କ୍ରିକେଟରେ ଏକ ବଡ଼ ଯୁଗର ଶେଷ ହୋଇଛି। ବିଜୟ ସହିତ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ ବିଦାୟ ନେଇଛନ୍ତି। ସେହିଭଳି ଟି-୨୦ ଫର୍ମାଟରୁ ବିରାଟ କୋହଲି ଏବଂ ରୋହିତ ଶର୍ମା ବିଦାୟ ନେଇଛନ୍ତି।

Advertisment

ଦଳକୁ ବିଦାୟ ଦେବା ପୂର୍ବରୁ ଦ୍ରାବିଡ ଡ୍ରେସିଂ ରୁମରେ ତାଙ୍କର ‌ଶେଷ ଭାଷଣ ଦେଇଥିଲେ। ଏହି ସମୟରେ ସେ କହିଥିଲେ, ‘"ମୋତେ ଏହି ଚମତ୍କାର ସ୍ମୃତିର ଏକ ଅଂଶ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ। ଆପଣ ସମସ୍ତେ ଏହି ମୁହୂର୍ତ୍ତକୁ ମନେ ରଖିବେ। ଯେଉଁଭଳି ଭାବେ ତୁମେମାନେ ପଡ଼ିଆରେ ଖେଳିଲ ତାହା ପ୍ରଶଂନୀୟ। ଯେମିତି ଟିମ ହୋଇ କାମ କଲ ସେ ସବୁପାଇଁ ଅଶେଷ ଅଶେଷ ଧନ୍ୟବାଦ। ହଁ କିଛି ‌କ୍ଷେତ୍ରରେ ଆମକୁ ନିରାଶ ବି ହେବାକୁ ପଡ଼ିଛି। କିନ୍ତୁ ସମସ୍ତେ ମନେ ରଖିଥିବ ଯେଉଁଠି ଆମେ ଏକାଠି ହୋଇ କାମ କରିନାହୁଁ ସେଠି ହାରିବାକୁ ପଡ଼ିଛି।

ଆପଣମାନେ ଦେଖାଇଥିବା ପ୍ରଦର୍ଶନ ପାଇଁ ସମଗ୍ର ଦେଶ ଗର୍ବିତ । ତେଣୁ ଦଳର ପ୍ର‌ତ୍ୟେକ ସଦସ୍ୟଙ୍କୁ ଅଶେଷ ଅଶେଷ ଧନ୍ୟବାଦ।’

ଭାରତୀୟ ଦଳ ୨୦୨୩ ଦିନିକିଆ ବିଶ୍ୱକପ୍‌ର ଫାଇନାଲ ହାରିବ ପରେ ରାହୁଲ ଦ୍ରାବିଡ ମୁଖ୍ୟ ପ୍ରଶିକ୍ଷକ ପଦରୁ ଇସ୍ତଫା ଦେବାକୁ ଚାହୁଁଥିଲେ କିନ୍ତୁ ରୋହିତ ଶର୍ମା ତାଙ୍କୁ ରହିବାକୁ ପ୍ରବର୍ତ୍ତାଇଥିଲେ। ଦ୍ରାବିଡ଼ ରୋହିତ ଶର୍ମାଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି, ରୋହିତ ନଭେମ୍ବରରେ ସେହି କଲ କରି ମୋତେ ରହିବାକୁ କହିଥିବାରୁ ଆପଣଙ୍କୁ ବି ବହୁତ ଧନ୍ୟବାଦ।’