ଭାରତ ଯୋଡ଼ୋ ଯାତ୍ରା: ରାହୁଲ ବୁଲେଟ ଚଢ଼ିଲେ, କୁକୁର ସହ ଚାଲିଲେ

ଭୋପାଳ : କଂଗ୍ରେସ ପକ୍ଷରୁ ଭାରତ ଯୋଡ଼ୋ ଯାତ୍ରା ଏବେ ମଧ୍ୟପ୍ରଦେଶ ଦେଇ ଆଗକୁ ବଢ଼ୁଛି। ଆଜି ମହୁ ନିକଟରେ ରାହୁଲ ଗାନ୍ଧି ନୀଳ କାର୍ପେଟ ଉପରେ ବୁଲେଟ ଚଳାଇଛନ୍ତି। ଏହା ପୂର୍ବରୁ ଦୁଇ ପଶୁପ୍ରେମୀ ରଜତ ପରାସର ଏବଂ ସାର୍ଥକ ତାଙ୍କୁ ଭେଟିଥିଲେ। ସେମାନେ ରାହୁଲଙ୍କ ସହ ପଶୁମାନଙ୍କ ମଙ୍ଗଳ ସଂପର୍କରେ ଆଲୋଚନା କରିଥିଲେ। ରାହୁଲ ଜର୍ମାନ ସେଫର୍ଡ ପ୍ରଜାତିର ଏକ କୁକୁର ସହିତ ମଧ୍ୟ କିଛି ସମୟ ବିତାଇଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର