କଂଗ୍ରେସ ସାଧାରଣ ଅଧିବେଶନ ପାଇଁ କମିଟି ଗଠନ କଲେ ରାହୁଲ ଗାନ୍ଧି, ସ୍ଥାନ ପାଇଲେ ଭକ୍ତ ଦାସ,ରାମଚନ୍ଦ୍ର ଖୁଣ୍ଟିଆ ଓ ପ୍ରଦୀପ ମାଝି

ଭୁବନେଶ୍ୱର : ମାର୍ଚ୍ଚ ୧୬ରୁ ୧୮ ପର୍ଯ୍ୟନ୍ତ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେବାକୁ ଥିବ କଂଗ୍ରେସ ଦଳର ସାଧାରଣ ଅଧିବେଶନ ପାଇଁ ଦଳସଭାପତି ରାହୁଲ ଗାନ୍ଧି ଆୟୋଜନ କମିଟି ଓ ଡ୍ରାଫ୍ଟିଂ କମିଟି ଗଠନ କରିଛନ୍ତି । ଏହା ସହିତ ୪ଟି ସବଗ୍ରୁପ ରାଜନୈତିକ, ଅର୍ଥନୈତିକ ବ୍ୟାପାର, ବୈଦେଶିକ ବ୍ୟାପା, କୃଷି, ରୋଜଗାର ଓ ଦାରିଦ୍ର୍ୟ ଉନ୍ମିଳନ କମିଟି ଗଠନ କରାଯାଇଛି । ଏହାଛଡା ଏକ ସମ୍ବିଧାନ ସଂଶୋଧନ କମିଟି ମଧ୍ୟ ଗଠନ କରାଯାଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଡ୍ରାଫ୍ଟିଂ କମିଟିର ଅଧ୍ୟକ୍ଷ ରହିଥିବାବେଳେ ମୁକୁଲ ଓ୍ଵାସନିକ ଏହାର ଆବାହକ ଅଛନ୍ତି । ଏଆଇସିସିର କୋଷାଧ୍ୟକ୍ଷ ମୋତିଲାଲ ଭୋରା ଆୟୋଜନ କମିଟିର ମୁଖ୍ୟ ନିଯୁକ୍ତ ହୋଇଛନ୍ତି ।

ଓଡ଼ିଶାରୁ ରାମଚନ୍ଦ୍ର ଖୁଣ୍ଟିଆ ଆୟୋଜନ କମିଟିରେ ସ୍ଥାନ ପାଇଥିବାବେଳେ ଭକ୍ତ ଦାସ ଡ୍ରାଫ୍ଟିଂ କମିଟି ଓ ରାଜନୈତିକ କମିଟିରେ ରହିଛନ୍ତି । ସେହିପରି କଂଗ୍ରେସ ନେତା ପ୍ରଦୀପ କୁମାର ମାଝି ଆର୍ଥିକ ବ୍ୟାପାର କମିଟିରେ ସ୍ଥାନ ପାଇଛନ୍ତି ।

ଗତ ଡିସେମ୍ବର ମାସରେ କଂଗ୍ରେସ ଦଳର ସଭାପତି ନିଯୁକ୍ତ ହେବା ପରେ ଏହା ହେବ ଦଳର ପ୍ରଥମ ସାଧାରଣ ଅଧିବେଶନ ।

ସମ୍ବନ୍ଧିତ ଖବର